ନିଜ ଜୁଇରେ ନିଜେ ନିଆଁ ଲଗାଇ ତା’ଉପରେ ଶୋଇ ପଡ଼ିଲେ ନିଶାସକ୍ତ ଯୁବକ

ନିଜ ଜୁଇରେ ନିଜେ ନିଆଁ ଲଗାଇ ତା’ଉପରେ ଶୋଇ ପଡ଼ିଲେ ନିଶାସକ୍ତ ଯୁବକ

ଦେଶ -ବିଦେଶ ବଡ ଖବର

#ନିଜ_ଜୁଇରେ_ନିଜେ_ନିଆଁ_ଲଗାଇ_ଯୁବକ     କୁଶୀନଗର: ସୋସିଆଲ ମିଡିଆ ଏବଂ ଇଣ୍ଟରନେଟର ଏହି ଯୁଗରେ ଲୋକ ନିଜ ଭିତରେ ଥିବା ମାନବିକତାକୁ ଭୁଲିଗଲେଣି। ପ୍ରାୟତଃ ଦେଖାଯାଏ ଯେ ଦୁର୍ଘଟଣା ସମୟରେ ଲୋକମାନେ ପରସ୍ପରକୁ ସାହାଯ୍ୟ କରିବା ପରିବର୍ତ୍ତେ ଘଟଣାର ଫଟୋ ଏବଂ ଭିଡିଓ ନେବାକୁ ପସନ୍ଦ କରନ୍ତି। ଏ ନେଇ ଅନେକ କାହାଣୀ ଆମେ ଶୁଣିଥିବା ବେଳେ ଉତ୍ତରପ୍ରଦେଶର କୁଶୀନଗରରେ ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଜଣେ ନିଶାସକ୍ତ ଯୁବକ ନିଶାରେ ନିଜର ଜୁଇ ସଜାଇବା ସହ ନିଆଁ ଲଗାଇଥିଲେ। ପରେ ଜଳୁଥିବା ଜୁଇ ଉପରେ ଯାଇ ଶୋଇ ପଡ଼ିଥିଲେ ମଧ୍ୟ ଦେଖଣାହାରୀ ସାଜିଥିବା ଲୋକେ ତାଙ୍କୁ ବଞ୍ଚାଇବା ପରିବର୍ତ୍ତେ ଘଟଣାର ଭିଡିଓ ଉତ୍ତୋଳନ କରିବାରେ ବ୍ୟସ୍ତ ଥିଲେ। ଲୋକମାନଙ୍କ ଏଭଳି ଅମାନବିକତା ପାଇଁ ଯୁବକ ଏବେ ଜୀବନ-ମରଣ ସହ ସଂଘର୍ଷ କରୁଛନ୍ତି। ଘଟଣା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଏବେ ତାଙ୍କ ଅବସ୍ଥା ଗୁରୁତର ରହିଛି।

Image result for fire
ମିଳିଥିବା ସୂଚନା ମୁତାବକ, ଘଟଣାଟି କୁଶୀନଗରର ରାମକୋଲା ପୋଲିସ ଷ୍ଟେସନ ଅନ୍ତର୍ଗତ ବାସଦିଲା ଗାଁର ଅଟେ। ଏଠାରେ ଜଣେ ମଦ୍ୟପ ଯୁବକ ନିଜର ଜୁଇ ସାଜାଇ ନିଆଁ ଲଗାଇବା ସହ ଏହା ଉପରେ ଶୋଇପଡ଼ିଥିଲେ। କେହି ସାହାଯ୍ୟ ପାଇଁ ନଆସିବାରୁ ପୋଡ଼ି ହୋଇ ଯୁବକଜଣଙ୍କ ଗୁରୁତର ହୋଇଯାଇଥିଲେ। ଯୁବକ ଜଣକ କାହିଁକି ଏପରି ପଦକ୍ଷେପ ନେଇଛନ୍ତି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନ ଥିବା ବେଳେ ଏବେ ତାଙ୍କର ଚିକିତ୍ସା ଜାରି ରହିଛି।