#ନିଜାମୁଦ୍ଦିନ_ଧର୍ମୀୟ_କାର୍ଯ୍ୟକ୍ରମରେ_ଯୋଗ_ଦେଇଥିବା_୯_ମୃତ

ନିଜାମୁଦ୍ଦିନ ଧର୍ମୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୯ ମୃତ,ଦେଶବ୍ୟାପି ସର୍ଚ୍ଚ ଅପରେସନ

ଦେଶ -ବିଦେଶ

#ନିଜାମୁଦ୍ଦିନ_ଧର୍ମୀୟ_କାର୍ଯ୍ୟକ୍ରମରେ_ଯୋଗ_ଦେଇଥିବା_୯_ମୃତ         ନୂଆଦିଲ୍ଲୀ:      ଲକଡାଉନ ପୂର୍ବରୁ ଦିଲ୍ଲୀର ନିଜାମୁଦ୍ଦିନ ଠାରେ ଥିବା ମରକାଜ ମସଜିଦରେ ଆୟୋଜିତ ଧର୍ମୀୟ କାର୍ଯ୍ୟକ୍ରମକୁ ନେଇ ଏବେ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ୯୦ରୁ ଅଧିକ ଲୋକଙ୍କ ଶରୀରରେ କରୋନା ଭୂତାଣୁ ଠାବ ହେବା ଏବଂ ୪ ରାଜ୍ୟରେ ୯ ଜଣଙ୍କ ଜୀବନ ଯିବା ପରେ ଚାରିଆଡ଼େ ଆତଙ୍କ ଖେଳିଯାଇଛି। ଏହି କାର୍ଯ୍ୟକ୍ରମରେ ୨୮୦ରୁ ଅଧିକ ବିଦେଶୀ ନାଗରିକଙ୍କ ସହ ଦେଶର ବିଭିନ୍ନ ରାଜ୍ୟରୁ ପ୍ରତିନିଧିମାନେ ଯୋଗଦେଇଥିଲେ। ତେଣୁ ସେମାନଙ୍କୁ ଠାବ କରିବା ପାଇଁ ସାରା ଦେଶରେ ଜୋରଦାର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ସୂତ୍ରରେ ମସଜିଦ କାର୍ଯ୍ୟକ୍ରମରେ ଯୋଗଦେଇଥିବା ତାମିଲନାଡୁରେ ୫୭, ତେଲେଙ୍ଗାନାରେ ୧୫ ଓ ଦିଲ୍ଲୀରେ ୨୪ ଜଣ ଏଯାଏ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

Nizamuddin Markaj Update: सरकार की बड़ी कार्रवाई, आयोजकों पर FIR; मरकज में शामिल विदेशियों का वीजा रद
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ତବଲିଗ କାର୍ଯ୍ୟକ୍ରମ ପାଇଁ ପ୍ରାୟ ୨୧ ଶହ ବିଦେଶୀ ନାଗରିକ ଜାନୁଆରୀ ୧ରୁ ଭାରତ ଆସିଛନ୍ତି। ମାର୍ଚ୍ଚ ୨୧ରେ ପ୍ରାୟ ୮୨୪ ଜଣ ଉକ୍ତ ସ୍ଥାନ ଛାଡ଼ିଥିଲେ। ଏହାପରେ ୨୧୬ ଜଣ ମରକାଜ ମସଜିଦରେ ରହୁଥିଲେ। ଏମାନଙ୍କ ମଧ୍ୟରୁ ଏକାଧିକ ଲୋକ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଛନ୍ତି।ବର୍ତ୍ତମାନ ସୁଦ୍ଧା ତବଲିଗ ଜାମାତର ୧୨୦୩ କର୍ମୀଙ୍କୁ ସ୍କ୍ରିନିଂ କରାଯାଇଛି। ଏମାନଙ୍କ ମଧ୍ୟରୁ ୩୦୩ ଜଣଙ୍କ ଦେହରେ କରୋନା ଲକ୍ଷଣ ଦେଖାଦେଇଛି। ଫଳରେ ସମସ୍ତଙ୍କୁ ଦିଲ୍ଲୀର ବିଭିନ୍ନ ପ୍ରାନ୍ତରେ ଥିବା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ୩୦୩ ଜଣଙ୍କ ବ୍ୟତୀତ ଅନ୍ୟମାନଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି। ଆଜି ଦିନ ତମାମ ତାବଲିଘି ଜାମାତ କର୍ମୀଙ୍କୁ ମରକାଜ ମଧ୍ୟରୁ ବାହାରକୁ ଅଣାଯାଇଛି। ତାବଲିଘି କାର୍ଯ୍ୟକ୍ରମ ପାଇଁ ଶ୍ରୀଲଙ୍କା, ଇଣ୍ଡୋନେସିଆ, ମ୍ୟାଲେସିୟା, ଫିଲିପାଇନ୍ସ, ମିଆଁମାର, ନେପାଳ, ଥାଇଲ୍ୟାଣ୍ଡ, ବାଂଲାଦେଶ ଓ କିର୍ଗିଜସ୍ତାନରୁ ପ୍ରତିନିଧି ଆସିଥିଲେ। ମାର୍ଚ୍ଚ ୨୧ରେ ହଜରତ ନିଜାମୁଦ୍ଦିନ ମକରାଜରେ ୨୧୬ ବିଦେଶୀ ଓ ୧୫୩୦ ଭାରତୀୟ ରହୁଥିଲେ।

तब्लीगी जमात में छत्तीसगढ़ के 101 लोग थे शामिल, 32 को क्वारंटाइन, 69 को होम आइसोलेशन में रखा गया

ତବଲିଗ ଜାମାତ ଗ୍ରୁପ୍‌ର ମୁଖ୍ୟାଳୟ ହେଉଛି ମରକାଜ ନିଜାମୁଦ୍ଦିନ ମସଜିଦ। ଏଠାରେ ୧ରୁ ୧୫ ଯାଏ ଏକ ଧର୍ମୀୟ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ରବିବାର ରାତିରେ ଏଠାରେ ରହୁଥିବା କିଛି ଲୋକଙ୍କ ଶରୀରରେ କରୋନା ଭୂତାଣୁ ଥିବା ଲକ୍ଷଣ ଦେଖାଦେଇଥିଲା। ଫଳରେ ପୁଲିସ ଓ ଅର୍ଦ୍ଧ ସାମରିକ ବାହୀନି ପୂରା ଅଞ୍ଚଳକୁ କର୍ଡନ କରିଦେଇଥିଲେ। ଏପରି ସ୍ଥିତିରେ ଏଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଦିଲ୍ଲୀର ୨୪ ଜଣଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଥିଲା। ସେହିପରି ତେଲେଙ୍ଗାନାରେ ୬ ଜଣ ପ୍ରାଣ ହରାଇଥିଲେ। ଫଳରେ ଗତକାଲି ରାତିରେ ପୁଲିସ୍‌ ଏଠାରେ ଥିବା ୩୦୦ରୁ ଅଧିକଙ୍କୁ କରୋନା ସନ୍ଦିଗ୍ଧରେ ହସ୍ପିଟାଲକୁ ନେଇଥିଲା। ସେହିପରି ଆଜି ଏହି ମସଜିଦ୍‌କୁ ସିଲ୍‌ କରାଯିବା ସହ ୮୫୦ ଜଣକୁ ବସ୍‌ରେ ନିଆଯାଇ ସହରର ବିଭିନ୍ନ ସ୍ଥାନରେ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି।

ଏହି ଘଟଣାକୁ କେନ୍ଦ୍ର କରି ପୁଲିସ୍‌ ମସଜିଦ କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ କରିଛି। ସେହିପରି ବିଭିନ୍ନ ରାଜ୍ୟର ସରକାରମାନେ ନିଜାମୁଦ୍ଦିନ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଲୋକଙ୍କୁ ଖୋଜିବା ମଧ୍ୟ ଆରମ୍ଭ କରିଛନ୍ତି। । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କାର୍ଯ୍ୟକ୍ରମ ଆୟୋଜନ କରୁଥିବା କର୍ତ୍ତୃପକ୍ଷଙ୍କୁ ସମସ୍ତ ଦୋଷ ଦେଇଛନ୍ତି। ଏଥିସହ ଏହା ଏକ ଦାୟିତ୍ୱହୀନ କାମ ଓ ୪୪୧ ଜଣଙ୍କୁ ମସଜିଦରୁ ବାହାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ସେ କହିଛନ୍ତି।