ନିଜାମୁଦ୍ଦିନ ତବଲିଗରେ ସାମିଲ ୨,୫୫୦ବିଦେଶୀ ନାଗରିକ୧୦ ବର୍ଷ ପାଇଁ ଭାରତ ଆସି ପାରିବେ ନାହିଁ

ନିଜାମୁଦ୍ଦିନ ତବଲିଗରେ ସାମିଲ ୨,୫୫୦ବିଦେଶୀ ନାଗରିକ୧୦ ବର୍ଷ ପାଇଁ ଭାରତ ଆସି ପାରିବେ ନାହିଁ

ଦେଶ -ବିଦେଶ ବଡ ଖବର

#ତବଲିଗରେ_ସାମିଲ_୨,୫୫୦ବିଦେଶୀ_ନାଗରିକଙ୍କ_ଉପରେ_କଟକଣା            ନୂଆଦିଲ୍ଲୀ : ନିଜାମୁଦ୍ଦିନ ମର୍କଜ ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିବା ୨,୫୫୦ବିଦେଶୀ ନାଗରିକଙ୍କୁ ଆସନ୍ତା ୧୦ବର୍ଷ ପର୍ଯ୍ୟନ୍ତ ବ୍ୟାନ୍ କରାଯାଇଛି । ୧୦ ବର୍ଷ ଯାଏଁ ଭାରତକୁ ଆସିବା ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି ।ସୂଚନା ଅନୁଯାୟୀ, ଏହି ବିଦେଶୀ ନାଗରିକମାନେ ପର୍ଯ୍ୟଟକ ଭିସା ନେଇ ଭାରତ ଆସିଥିଲେ ଏବଂ ତବଲିଗ ଜମାତର କାର୍ଯ୍ୟକଳାପରେ ଜଡିତ ଥିଲେ । ଭାରତୀୟ ଭିସା ଆଇନର ଉଲ୍ଲଙ୍ଘନ କରିଥିବାରୁ ଏହି ବିଦେଶୀ ନାଗରିକମାନଙ୍କର ଭାରତ ଆସିବା ଉପରେ ୧୦ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଦିଆଯାଇଛି ।

୨,୫୫୦ ବିଦେଶୀ ନାଗରିକମାନଙ୍କ କଳା ତାଲିକାରେ ମାଲି, ନାଇଜେରିଆ, ଶ୍ରୀଲଙ୍କା, କେନିଆ, ଜିବୁତି, ତାଞ୍ଜାନିଆ, ଦକ୍ଷିଣ ଆଫ୍ରିକା, ମିଆଁମାର, ଥାଇଲ୍ୟାଣ୍ଡ, ବାଂଲାଦେଶ, ବ୍ରିଟେନ (ଓସିଆଇ କାର୍ଡ ଧାରକ) ଅଷ୍ଟ୍ରେଲିଆ ଏବଂ ନେପାଳର ନାଗରିକ ଅନ୍ତର୍ଭୁକ୍ତ । ଆସନ୍ତା ୧୦ବର୍ଷ ପାଇଁ ସେମାନଙ୍କୁ ଭାରତ ଆସିବାକୁ ବାରଣ କରାଯାଇଛି ।