ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

ଦ୍ୱିତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

ଦେଶ -ବିଦେଶ ବଡ ଖବର

#ଲକ୍_ଡାଉନ୍_ପାଇଁ_ନୂଆ_ଗାଇଡ୍_ଲାଇନ୍         ନୂଆଦିଲ୍ଲୀ  : କୋଭିଡ-୧୯ ମହାମାରୀକୁ ରୋକିବା ପାଇଁ ଆସନ୍ତା ମାସ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି ।ଏନେଇ  କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକୀକୃତ ନିୟମାବଳୀ ଜାରି କରାଯାଇଥିଲା ।ଏହି ନିର୍ଦ୍ଦେଶାବଳୀକୁ ଭିତ୍ତିକରି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଓ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ସରକାର ପାଳନ କରିବାକୁ ଥିବା ସଂଶୋଧିତ ନିୟମାବଳୀ ପୁନଃ ଜାରି କରାଯାଇଛି । ଏହି ନିୟମାବଳୀରେ କୋଭିଡ-୧୯ ମହାମାରୀର ପରିଚାଳନା, କାର୍ଯ୍ୟାଳୟ, କାରଖାନା ଇତ୍ୟାଦିରେ ସାମାଜିକ ଦୂରତ୍ୱ ରକ୍ଷା ନେଇ ସର୍ବନିମ୍ନ ପାଳନୀୟ ନିୟମ ଉଲଙ୍ଘନରେ ଜୋରିମାନା ଇତ୍ୟାଦି ଅନ୍ତର୍ଭୁକ୍ତ ।ଏଗୁଡିକ ଆ ।ପତକାଳୀନ ପରି·ଳନା ୨୦୦୫ ଆଇନ ଏବଂ ଭାରତୀୟ ପିଙ୍ଗଳ କୋଡ-୧୮୬୦ର ଧାରା ବଳରେ ଲାଗୁ କରାଯିବ ।

ଜନସାଧାରଣଙ୍କ ଅସୁବିଧାକୁ ଆଖିଆଗରେ ରଖି ଆସନ୍ତା ୨୦ ତାରିଖ ଠାରୁ କେତେକ ଅତିରିକ୍ତ କାର୍ଯ୍ୟକଳାପ ପାଇଁ ଅନୁମତି ଦିଆଯିବ । ତେବେ ଏହି ଅତିରିକ୍ତ କାର୍ଯ୍ୟକଳାପଗୁଡିକର ଅନୁମତି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ସରକାରଙ୍କ ଅଧୀନରେ ଥିବା ଜିଲ୍ଲା ପ୍ରଶାସନ ଲକଡାଉନର ନିୟମକୁ କଡାକଡି ଭାବେ ପାଳନ କରି ତ୍ୱରାନ୍ୱିତ କରିବେ । ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଓ ଜିଲ୍ଲା ପ୍ରଶାସନଗୁଡିକ ବିଭନ୍ନ କାର୍ଯ୍ୟସ୍ଥଳୀ, କାରଖାନା ଓ ସରକାରୀ କାର୍ଯ୍ୟାଳୟ ଇତ୍ୟାଦିରେ ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ଅନୁମତି ଦେବେ ।

ଏହି ଏକୀକୃତ ସଂଶୋଧିତ ନିୟମାବଳୀ ରାଜ୍ୟ, କେନ୍ଦ୍ରଶାସିତ ଅଂଚଳ ବା ଜିଲ୍ଲା ପ୍ରଶାସନ ଦ୍ୱାରା ଘୋଷିତ ଆବଦ୍ଧାଂଚଳ ପାଇଁ ଲାଗୁ ହେବ ନାହିଁ । ଏହି ଆବଦ୍ଧାଂଚଳରେ ଯଦି କୌଣସି ନୂଆ ସ୍ଥାନ ଯୋଡି ହୁଏ, ତେବେ ଏହି ରିହାତି ସୁବିଧାଗୁଡିକୁ ନିଲମ୍ବିତ କରାଯିବ । କେବଳ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରଣିତ ନିୟମାବଳୀ ହିଁ ସେହି ଅଂଚଳରେ ଲାଗୁ ହେବ ।

କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ଭାରତ ସରକାରଙ୍କ ସମସ୍ତ ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଂଚଳ ପ୍ରଶାସନଗୁଡିକୁ ସଂଶୋଧିତ ନିୟମାବଳୀକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଜାରି କରିଛି ।