ଦେଶର ଟ୍ରକ୍ ଚାଳକ ମାନେ ବର୍ଷକୁ ୪୮ ହଜାର କୋଟି ଟଙ୍କା ଲାଞ୍ଚ ଦେଉଛନ୍ତି !

ଦେଶର ଟ୍ରକ୍ ଚାଳକ ମାନେ ବର୍ଷକୁ ୪୮ ହଜାର କୋଟି ଟଙ୍କା ଲାଞ୍ଚ ଦେଉଛନ୍ତି !

ଦେଶ -ବିଦେଶ ବଡ ଖବର ବାଣିଜ୍ୟ

#ବର୍ଷକୁ_୪୮_ହଜାର_କୋଟି_ଟଙ୍କା_ଲାଞ୍ଚ    ନୂଆଦିଲ୍ଲୀ: ଦେଶର ଟ୍ରକ୍ ଚାଳକଙ୍କ ସଂପର୍କରେ ଏକ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ବେସରକାରୀ ଟ୍ରକ୍ ଚାଳକମାନେ ସାରା ଦେଶରେ ବର୍ଷକୁ ପ୍ରାୟ ୪୮ ହଜାର କୋଟି ଟଙ୍କା ଲାଞ୍ଚ ଦେଉଛନ୍ତି । ଏକ ତଥ୍ୟ ଅନୁଯାୟୀ ଦେଶରେ ଚାଲୁଥିବା ଟ୍ରକ୍ ଚାଳକଙ୍କୁ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଲାଗି ବାଟରେ ବହୁଜାଗାରେ ଲାଞ୍ଚ ଦେବାକୁ ପଡ଼ୁଛି। ଏହି ବାବଦରେ ସେମାନଙ୍କୁ ବାର୍ଷିକ ପ୍ରାୟ ୪୭ ହଜାର ୮୫୨ କୋଟି ଟଙ୍କା ଲାଞ୍ଚ ଦେବାକୁ ପଡ଼ୁଥିବା କୁହାଯାଉଛି।
ଦିଲ୍ଲୀ-ଏନସିଆର ସମେତ ସାରା ଦେଶରେ ଟ୍ରକ୍ ଚାଳକଙ୍କୁ କୌଣସି ପରିସ୍ଥିତିରେ କାମ ହାସଲ କରିବାକୁ ଲାଞ୍ଚ ଦେବାକୁ ପଡ଼ୁଛି । ଟ୍ରକ ଚାଳକଙ୍କୁ ମାନସିକ ଓ ଶାରୀରିକ ଚାପର ସମ୍ମୁଖୀନ ହେବାକୁ ପଡୁଛି । ଏକ ନୂତନ ଅଧ୍ୟୟନକୁ ନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟ ପ୍ରସ୍ତୁତ କରିଛି ।
ସଡ଼କ ସୁରକ୍ଷା ଓ ପରିବହନ ବିଭାଗରେ କାମ କରୁଥିବା ସଂସ୍ଥା ସେଭ ଲାଇଫ ଫାଉଣ୍ଡେସନ ଦ୍ୱାରା କରାଯାଇଥିବା ଗବେଷଣାରେ କୁହାଯାଇଛି ଯେ, ଟ୍ରକ ଡାଇଭରମାନେ ବାର୍ଷିକ ୪୮ ହଜାର କୋଟି ଟଙ୍କା ଲାଞ୍ଚ ଦେଉଛନ୍ତି । ଏହା ଦ୍ୱାରା ସେମାନେ ଟ୍ରକ ନେଇ ଆଗକୁ ଯାଇପାରିବେ ।

Image result for truck
ଏଥିରେ ରାଜ୍ୟ ରାଜପଥ କର୍ତ୍ତୃପକ୍ଷଙ୍କ ଲୋକ, ଟ୍ରାଫିକ ପୁଲିସ ଓ ଆରଟିଓ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କୁ ଟଙ୍କା ଦେବାକୁ ପଡ଼ୁଛି । ସେହିପରି ଟିକସ ସଂଗ୍ରହ କରୁଥିବା ସଂସ୍ଥାର କର୍ମଚାରୀମାନେ ଓ ଦୁର୍ବୃତ୍ତମାନଙ୍କ ଶିକାର ହେଉଛନ୍ତି ଟ୍ରକ ଚାଳକ ।ସଂସ୍ଥାର ରିପୋର୍ଟ ଅନୁସାରେ ଟ୍ରକ ଡାଇଭରମାନଙ୍କୁ ଦିନରେ ପାଖାପାଖି ୧୨ ଘଣ୍ଟା ଯାଏଁ ଟ୍ରକ ଚଳାଇବାକୁ ପଡ଼ିଥାଏ ।