ଦେଶରେ ୨୯୦୨ କରୋନା ସଂକ୍ରମିତ, ୩୦% ନିଜାମୁଦ୍ଦିନ ତବଲିଗ ସହ ସଂପର୍କିତ

ଦେଶରେ ୨୯୦୨ କରୋନା ସଂକ୍ରମିତ, ୩୦% ନିଜାମୁଦ୍ଦିନ ତବଲିଗ ସହ ସଂପର୍କିତ

ଦେଶ -ବିଦେଶ ବଡ ଖବର

#ଦେଶରେ_୨୯୦୨_କରୋନା_ସଂକ୍ରମିତ           ନୂଆଦିଲ୍ଲୀ :  ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦୧ଟି ନୂଆ କରୋନା ସଂକ୍ରମଣ ମାମଲା ଜଣାପଡ଼ିଛି । ଏହାକୁ ମିଶାଇ ଦେଶର ମୋଟ କରୋନା ମାମଲା ୨୯୦୨କୁ ବୃଦ୍ଧି ପାଇଛି । ଏହି ସମୟରେ ଦେଶରେ ୧୨ ଜଣ କରୋନା ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି, ଏହାକୁ ମିଶାଇ ମୋଟ ମୃତ୍ୟୁସଂଖ୍ୟା ୬୮ରେ ପହଞ୍ଚିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ।

ସେ କହିଛନ୍ତି ଯେ ଦେଶରେ ଦେଖାଯାଇଥିବା ମୋଟ ସଂକ୍ରମଣ ସଂଖ୍ୟାର ୩୦ ପ୍ରତିଶତ ବା ୧୦୨୩ ଜଣ ତବଲିଗି ଜମାତ ସହ ସଂପର୍କିତ । ୧୭ଟି ରାଜ୍ୟରୁ ଏହି ୧୦୨୩ ଜଣଙ୍କୁ ଚିହ୍ନଟ କରାଯାଇଛି । ଦେଶର ମୋଟ ୨୯୦୨ ଜଣ ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୯ ପ୍ରତିଶତଙ୍କ ବୟସ ୨୦ ବର୍ଷରୁ କମ, ୪୧ ପ୍ରତିଶତଙ୍କ ବୟସ ୨୧ରୁ ୪୦ ବର୍ଷ ମଧ୍ୟରେ, ୩୩ ପ୍ରତିଶତଙ୍କ ବୟସ ୪୧ରୁ ୫୦ ବର୍ଷ ଓ ୧୭ ପ୍ରତିଶତ ୫୦ ବର୍ଷରୁ ଅଧିକ । ଦେଶରେ ଟେଷ୍ଟିଂ ଏବେ ଦିନକୁ ୧୦ ହଜାର ରହିଛି ଓ ଏହାକୁ ଆହୁରି ବଢାଇବାକୁ କ୍ଷମତା ବଢାଇବାକୁ ସରକାର ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି । ଏହି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ କହିଛନ୍ତି ଯେ ସାରା ଦେଶରେ ମୋଟ ୨୨ ହଜାର ତବଲିଗ ଜମାତ ଯୋଗଦାନକାରୀ ଚିହ୍ନଟ କରାଯାଇ ଏକାନ୍ତବାସରେ ରଖାଯାଇଛି ।