କଦେଶରେ ଗୋଟିଏ ଦିନରେ ସଂକ୍ରମଣ ସଂଖ୍ୟା ୮, ୩୯୨

ଦେଶରେ ଗୋଟିଏ ଦିନରେ ସଂକ୍ରମଣ ସଂଖ୍ୟା ୮, ୩୯୨

ଦେଶ -ବିଦେଶ ବଡ ଖବର

#ଦେଶରେ_ଗୋଟିଏ_ଦିନରେ_ସଂକ୍ରମଣ_ସଂଖ୍ୟା_୮, ୩୯୨       ନୂଆଦିଲ୍ଲୀ :  ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା ।ଦେଶରେ ଗୋଟିଏ ଦିନରେ ସଂକ୍ରମଣ ସଂଖ୍ୟା ୮, ୩୯୨ହୋଇଛି।  ଏହାକୁ ମିଶାଇ ଦେଶରେ ୧୯୦୫୩୫ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୮୬୯୮୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୫୩୯୪ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୩୩୨୨ ରହିଛି। ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୬୨ ଜଣ, ଆସାମରେ ୪ ଜଣ, ବିହାରରେ ୨୧ ଜଣ, ଚଣ୍ଡିଗଡ଼ରେ ୪ ଜଣ, ଛତିଶଗଡ଼ରେ ୧ଜଣ, ଦିଲ୍ଲୀରେ ୪୭୩ ଜଣ, ଗୁଜରାଟରେ ୧୦୩୮ ଜଣ, ହରିୟାଣାରେ ୨୦ ଜଣ, ହିମାଚଳ ପ୍ରଦେଶରେ ୫ ଜଣ, ଜମ୍ମୁ ଓ କଶ୍ମୀରରେ ୨୮ ଜଣ, ଝାଡ଼ଖଣ୍ଡରେ ୫ ଜଣ, କର୍ଣ୍ଣାଟକରେ ୫୧ ଜଣ, କେରଳରେ ୯ ଜଣ, ମଧ୍ୟପ୍ରଦେଶରେ ୩୫୦ ଜଣ, ମହାରାଷ୍ଟ୍ରରେ ୨୨୮୬ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୭ ଜଣ, ପଞ୍ଜାବରେ ୪୫ ଜଣ, ରାଜସ୍ଥାନରେ ୧୯୪ ଜଣ, ତାମିଲନାଡୁରେ ୧୭୩ ଜଣ, ତେଲେଙ୍ଗାନାରେ ୮୨ ଜଣ, ଉତ୍ତରାଖଣ୍ଡରେ ୫ ଜଣ, ଉତ୍ତରପ୍ରଦେଶରେ ୨୧୩ ଜଣ ଏବଂ ପଶ୍ଚମବଙ୍ଗରେ ୩୧୭ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୩୬୭୯), ଅରୁଣାଚଳ ପ୍ରଦେଶ (୪), ଆସାମ (୧୨୭୨), ବିହାର (୩୮୧୫), ଚଣ୍ଡିଗଡ଼ (୨୯୩), ଛତିଶଗଡ଼ (୪୯୮), ଦାଦର ନଗର ହାୱେଲି (୨) ଜଣ, ଦିଲ୍ଲୀ (୧୯୮୪୪), ଗୋଆ (୭୦), ଗୁଜରାଟ (୧୬୭୭୯), ହରିୟାଣା (୨୦୯୧), ହିମାଚଳ ପ୍ରଦେଶ (୩୩୧), ଜମ୍ମୁ ଓ କଶ୍ମୀର (୨୪୪୬), ଝାଡ଼ଖଣ୍ଡ (୬୧୦) କର୍ଣ୍ଣାଟକ (୩୨୨୧), କେରଳ (୧୨୬୯), ଲଦାଖ (୭୪), ମଧ୍ୟପ୍ରଦେଶ (୮୦୮୯), ମହାରାଷ୍ଟ୍ର (୬୭୬୫୫), ମଣିପୁର (୭୧), ମେଘାଳୟ (୨୭), ମିଜୋରାମ (୧), ନାଗାଲାଣ୍ଡ (୪୩),  ଓଡ଼ିଶା (୧୯୪୮), ପୁଦ୍ଦୁଚେରୀ (୭୦), ପଞ୍ଜାବ (୨୨୬୩), ରାଜସ୍ଥାନ (୮୮୩୧), ସିକିମ୍ (୧), ତାମିଲନାଡୁ (୨୨୩୩୩), ତେଲେଙ୍ଗାନା (୨୬୯୮), ତ୍ରିପୁରା (୩୧୩), ଉତ୍ତରାଖଣ୍ଡ (୯୦୭), ଉତ୍ତରପ୍ରଦେଶ (୭୮୨୩) ଓ ପଶ୍ଚିମବଙ୍ଗ (୫୫୦୧) । ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୨୩୪୯), ଅରୁଣାଚଳ ପ୍ରଦେଶ (୧), ଆସାମ (୧୮୫), ବିହାର (୧୭୧୦), ଚଣ୍ଡିଗଡ଼ (୧୯୯), ଛତିଶଗଡ଼ (୧୧୫), ଦିଲ୍ଲୀ (୮୪୭୮), ଗୋଆ (୪୨), ଗୁଜରାଟ (୯୯୧୯), ହରିୟାଣା (୧୦୪୮), ହିମାଚଳ ପ୍ରଦେଶ (୧୨୦), ଜମ୍ମୁ ଓ କଶ୍ମୀର (୯୨୭), ଝାଡ଼ଖଣ୍ଡ (୨୫୬), କର୍ଣ୍ଣାଟକ (୧୨୧୮), କେରଳ (୫୯୦), ଲଦାଖ (୪୩), ମଧ୍ୟପ୍ରଦେଶ (୪୮୪୨), ମହାରାଷ୍ଟ୍ର (୨୯୩୨୯), ମଣିପୁର (୧୧), ମେଘାଳୟ (୧୨), ମିଜୋରାମ (୧) ଓଡ଼ିଶା (୧୧୨୬), ପୁଡୁଚେରୀ (୨୫), ପଞ୍ଜାବ (୧୯୮୭), ରାଜସ୍ଥାନ (୫୯୨୭), ତାମିଲନାଡୁ (୧୨୭୫୭), ତେଲେଙ୍ଗାନା (୧୪୨୮), ତ୍ରିପୁରା (୧୭୩), ଉତ୍ତରାଖଣ୍ଡ (୧୦୨), ଉତ୍ତରପ୍ରଦେଶ (୪୭୦୯) ଓ ପଶ୍ଚିମବଙ୍ଗ (୨୧୫୭) ।