ଦେଶରେ କରୋନା ସଂକ୍ରମଣ ପ୍ରଭାବିତ ୧୭୦ଟି ହଟ ସ୍ପଟ ଜିଲ୍ଲା

ଦେଶରେ କରୋନା ସଂକ୍ରମଣ ପ୍ରଭାବିତ ୧୭୦ଟି ହଟ ସ୍ପଟ ଜିଲ୍ଲା

ଦେଶ -ବିଦେଶ ବଡ ଖବର

#ଦେଶରେ_୧୭୦ଟି_ହଟ_ସ୍ପଟ_ଜିଲ୍ଲା                     ନୂଆଦିଲ୍ଲୀ  :  ଦେଶରେ ୧୭୦ଟି ଜିଲ୍ଲା ଏପରି ରହିଛି ଯେଉଁ ଜିଲ୍ଲା ରହିଛି ଯେଉଁ ଠାରେ କରୋନା ସଂକ୍ରମଣର ସବୁଠାରୁ ଅଧିକ ମାମଲା ରହିଛି । ଦେଶରେ ୨୦୭ଟି ଜିଲ୍ଲାରେ କରୋନା ମାମଲା ସାମନାକୁ ଆସିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରବାଲ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ କରୋନା ସଂକ୍ରମଣ ମାମଲା ଦୃଷ୍ଟିରେ ରଖି ଦେଶର ସମସ୍ତ ଜିଲ୍ଲା ଗୁଡିକୁ ତିନି ଭାଗରେ ବିଭକ୍ତ କରା ଯାଇଛି । ରେଡ ଜୋନ ବା ହଟ ସ୍ପଟ ଜିଲ୍ଲା ହେଉଛି ସେହି ଜିଲ୍ଲା ଯେଉଁଥିରେ କରୋନାର ସବୁଠାରୁ ଅଧିକ ମାମଲା ସାମନାକୁ ଆସିଛି । ଏହି ଜିଲ୍ଲା ମାନଙ୍କରେ କରୋନା ମାମଲା ନିରନ୍ତନ ଭାବେ ବଢିବାରେ ଲାଗିଛି । ଆଉ କିଛି ଜିଲ୍ଲା ରହିଛି ଯେଉଁ ଠାରେ କମ ସଂଖ୍ୟାରେ ମାମଲା ସାମନାକୁ ଆସିଛି । ଏହି ଜିଲ୍ଲା ଗୁଡିକ ହେଉଛି ନନ ହଟ ସ୍ପଟ ଜିଲ୍ଲା । ତୃତୀୟ ବର୍ଗ ହେଉଛି ଏପରି ଜିଲ୍ଲା ଯେଉଁ ଠାରେ ଗୋଟିଏ ହେଲେ ମାମଲା ସାମନାକୁ ଆସି ନାହିଁ । ସମସ୍ତ ବର୍ଗ ପାଇଁ କେନ୍ଦ୍ର ସରକାର ଅଲଗା ଅଲଗା ଯୋଜନା ପ୍ରସ୍ତୁତ କରୁଥିବା ସେ ପ୍ରକାଶ କରିଛନ୍ତି ।ଦୋର ,ହୀ ହଯସ୍ପଯ ଜିଳ୍ଳା ଗୁଡିକ ମଧ୍ୟରେ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ରହିଛି।