ଦେଶରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ୭୨୪ରେ ପହଂଚିଲା

ଦେଶରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ୭୨୪ରେ ପହଂଚିଲା

ଦେଶ -ବିଦେଶ ବଡ ଖବର

#ଦେଶରେ_କରୋନା_ପଜିଟିଭ_ରୋଗୀଙ୍କ_ସଂଖ୍ୟା_୭୨୪         ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୭୨୪ରେ ପହଂଚିଛି । ଏଯାଏ କରୋନା କାରଣରୁ ଦେଶର ୧୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୬ ଜଣ ଭଲ ହୋଇ ଘରକୁ ଫେରି ଅସାରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ବିଶ୍ୱ ସ୍ତରରେ ମହାମାରୀ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୨୨ ହଜାର ଅତିକ୍ରମ କରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ପାଂଚ ଲକ୍ଷ ଟପିଛି । ଆମେରିକାର ଜନ ହପକିନ୍ସ ୟୁନିଭର୍ସିଟିର ତଥ୍ୟ ଅନୁଯାୟୀ ସମଗ୍ର ଦୁନିଆରେ ୫ ଲକ୍ଷ ୧୦ ହଜାର ୧୦୮ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଏହି ମାରାତ୍ମକ ଭାଇରସରେ ୨୨ ହଜାର ୯୯୩ ଜଣଙ୍କ ପ୍ରାଣହାନୀ ଘଟିଲାଣି ।
ଚୀନ ବାହାରେ ଯେଉଁ ଦେଶରେ ସଂକ୍ରମିତ ସଂଖ୍ୟା ୧୦ ହଜାର ଛୁଇଁଲାଣି ସେହି ଦେଶ ମଧ୍ୟରେ ଇଟାଲୀ, ଆମେରିକା, ସ୍ପେନ, ଜର୍ମାନୀ, ଇରାନ, ଫ୍ରାନ୍ସ ଓ ସ୍ୱିଜରଲାଣ୍ଡ ସାମିଲ । ଇଟାଲୀରେ ସର୍ବାଧିକ ୮,୧୬୫ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି ।
ଉଲ୍ଲେଖନୀୟ କୋଭିଡ-୧୯ ଅଦ୍ୟାବଧି ୧୮୫ ରୁ ଅଧିକ ଦେଶକୁ ବ୍ୟାପି ସାରିଲାଣି । ଏହାର ପ୍ରକୋପକୁ ଦୃଷ୍ଟିରେ ରଖି ଅଧିକାଂଶ ଦେଶ ଲକଡାଉନ ଘୋଷଣା କରିଛନ୍ତି । ଲୋକଙ୍କୁ ଘରେ ରହିବାକୁ ଅପିଲ୍ କରାଯାଉଛି ।