ଟ୍ରମ୍ପଙ୍କ ସୁରକ୍ଷା ପାଇଁ ନିୟୋଜିତ ହେବେ ହନୁମାଙ୍କଡ଼

ଟ୍ରମ୍ପଙ୍କ ସୁରକ୍ଷା ପାଇଁ ନିୟୋଜିତ ହେବେ ହନୁମାଙ୍କଡ଼

ଦେଶ -ବିଦେଶ ବଡ ଖବର

#ଟ୍ରମ୍ପଙ୍କ_ସୁରକ୍ଷା_ପାଇଁ_ନିୟୋଜିତ_ହେବେ_ହନୁମାଙ୍କଡ଼  ନୂଆଦିଲ୍ଲୀ: ଆସନ୍ତା ୨୪ରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଥିପାଇଁ ଟ୍ରମ୍ପଙ୍କ ସୁରକ୍ଷା ଉପରେ ଜୋର ଦିଆଯାଇଛି । ପ୍ରାୟ ୧୦ କମ୍ପାନୀ ସିଆରପିଏଫ ଯବାନଙ୍କ ସହ ଏଟିଏସ ଓ ଏନଏସଜି କମାଣ୍ଡୋ ମଧ୍ୟ ମୁତୟନ ହେବେ | ସେହିପରି ଆମେରିକା କମାଣ୍ଡୋମାନେ ମଧ୍ୟ ଗୁପ୍ତ ଭାବେ ଟ୍ରମ୍ପଙ୍କ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବେ | ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଟ୍ରମ୍ପଙ୍କ ସୁରକ୍ଷା ଦାୟିତ୍ୱ କେବଳ ଭାରତ ଓ ଆମେରିକାର କମାଣ୍ଡୋଙ୍କ ହାତରେ ରହିବ ନାହିଁ ବରଂ ପଶୁଙ୍କ ହାତରେ ମଧ୍ୟ ରହିବ |

ଆଗ୍ରା ଗସ୍ତ ସମୟରେ ପାତି ମାଙ୍କଡମାନେ ପର୍ଯ୍ୟଟକଙ୍କୁ ହଇରାଣ କରୁଥିବାରୁ କାଳେ ଟ୍ରମ୍ପଙ୍କ ଗସ୍ତ ସମୟରେ ମଧ୍ୟ ଏମାନେ ବିଶୃଙ୍ଖଳା ସୃଷ୍ଟି କରିବେ ସେଥିପାଇଁ ୫ଟି ହନୁମାଙ୍କଡଙ୍କୁ ନିୟୋଜିତ କରାଯିବ | ଏହି ୫ଟି ପ୍ରଶିକ୍ଷିତ ହନୁମାଙ୍କଡ ପାତି ମାଙ୍କଡ଼ଙ୍କୁ ଘଉଡାଇବାରେ ସହାୟକ ହେବେ | ଟ୍ରମ୍ପ ଯିବାକୁ ଥିବା ରାସ୍ତାକୁ କଡ଼ା ସୁରକ୍ଷାବଳୟ ମଧ୍ୟରେ ରଖାଯିବା ସଭାସ୍ଥଳରେ ଉଭୟ ଭାରତୀୟ ଓ ଆମେରିକା ସୁରକ୍ଷାକର୍ମୀ ଟ୍ରମ୍ପଙ୍କ ପାଇଁ ସୁରକ୍ଷାକବଚ ହୋଇ ଛିଡା ହେବେ ।

ଆମେରିକା ରାଷ୍ଟ୍ରପତିଙ୍କ ଅଧିକାରିକ ହେଲିକପ୍ଟର ଭାରତରେ ପହଞ୍ଚିଛି । ସେହିଭଳି ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଗ୍ଲୋବାଲ ମାଷ୍ଟର ମଧ୍ୟ ଅହମ୍ମଦାବାଦ ବିମାନବନ୍ଦରରେ ପହଞ୍ଚି ସାରିଛି । ଏଥିରେ ଆମେରିକାର ପ୍ରଶିକ୍ଷିତ କୁକୁର, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ସ୍ପାଇ କ୍ୟାମେରା, କମାଣ୍ଡୋଙ୍କ ସମେତ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ସାମଗ୍ରୀ ଅଣାଯାଇଛି ।