ଟ୍ରମ୍ପଙ୍କ କଡା ଚେତାବନି , ଇରାନ୍‌ର ୫୨ଟି ସ୍ଥାନରେ ଆକ୍ରମଣ କରାଯିବ

ଦେଶ -ବିଦେଶ ବଡ ଖବର

ଓ୍ଵାଶିଂଟନ୍‌:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଡା ଚେତାବନି । ଯଦି ଇରାନ ଆମେରିକୀୟ କିମ୍ବା ଯୁକ୍ତରାଷ୍ଟ୍ର ଆମେରିକାର କୌଣସି ଅନୁଷ୍ଠାନ ଉପରେ ଆକ୍ରମଣ କରେ ତେବେ ଇରାନ୍‌ର ୫୨ଟି ସ୍ଥାନରେ ଆକ୍ରମଣ କରାଯିବ ।  ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି ଯେ, କାଶିମ୍‌ ସୁଲେମାନୀଙ୍କୁ ହତ୍ୟା କରାଯାଇଥିବା କାରଣରୁ ଇରାନ୍‌ ଯଦି କୌଣସି ପଦକ୍ଷେପ ନେବ ତେବେ ଆମେରିକା ଆହୁରି କଠୋର ହେବ ।

ଟୁଇଟ୍‌ କରି ଟ୍ରମ୍ପ୍‌ ଲେଖିଛନ୍ତି , ସୁଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଯୁକ୍ତରାଷ୍ଟ୍ର ଆମେରିକାର କେତେକ ଅନୁଷ୍ଠାନ ଉପରେ ଆକ୍ରମଣ କରିବାକୁ ଇରାନ୍‌ ଧମକ ଦେଉଛି। କିନ୍ତୁ, ସେ ଜାଣିବା ଦରକାର ପ୍ରତିଆକ୍ରମଣ ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ୫୨ଟି ଇରାନୀୟ ସ୍ଥାନ ଚୟନ କରିସାରିଛି। ସେଗୁଡ଼ିକ ମଧ୍ୟରୁ କେତେକ ସ୍ଥାନ ଇରାନ୍‌ ଏବଂ ଇରାନ୍‌ର ସଂସ୍କୃତି ନିମନ୍ତେ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ସେଗୁଡ଼ିକ ଉପରେ ଆକ୍ରମଣ ହେଲେ ଇରାନ୍‌ ଭୀଷଣ ଦୁର୍ଦ୍ଦଶା ଭୋଗିବ।