#ଟେଷ୍ଟ_ରାଙ୍କିଙ୍ଗ୍ର_୧_ନମ୍ବର_ସ୍ଥାନରୁ_ବାଦପଡିଲେ_ବିରାଟ ନୂଆଦିଲ୍ଲୀ : ଆଇସିସି ପକ୍ଷରୁ ଟେଷ୍ଟ ରାଙ୍କିଙ୍ଗ୍ ପ୍ରକାଶିତ । ୧ ନମ୍ବର ସ୍ଥାନରୁ ବାଦ ପଡିଲେ ଭାରତୀୟ ଅଧିନାୟକ ବିରାଟ କୋହଲି । ନ୍ୟୁଜିଲାଣ୍ଡ ଗସ୍ତରେ ଖରାପ ପ୍ରଦର୍ଶନ ଯୋଗୁ କୋହଲିଙ୍କୁ ଶୀର୍ଷ ସ୍ଥାନ ହରାଇବାକୁ ପଡୁଛି । କୋହଲି ୫ ପଏଣ୍ଟ ସହ ପ୍ରଥମ ସ୍ଥାନରୁ ଖସି ୨ସ୍ଥାନରେ ରହିଛନ୍ତି ।
ଅନ୍ୟପଟେ ଅଷ୍ଟ୍ରେଲିଆ ବ୍ୟାଟ୍ସ ମ୍ୟାନ ଷ୍ଟିଭ୍ ସ୍ମିଥ ୧ ନମ୍ବର ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ସ୍ମିଥ ଶେଷ ଥର ଲାଗି ୨୦୧୫ରେ ୧ ନମ୍ବର ସ୍ଥାନ ଅଧିକାର କରିଥିଲେ । ଏବେ ସ୍ମିଥ ୯୧୧ ପଏଣ୍ଟ ସହ ତାଲିକାର ଶୀର୍ଷରେ ରହିଥିବାବେଳେ କୋହଲି ୯୦୬ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛନ୍ତି।
କୋହଲିଙ୍କ ବ୍ୟତୀତ ଅନ୍ୟ ୩ ଭାରତୀୟ କ୍ରିକେଟର ତାଲିକାର ଶୀର୍ଷ ୧୦ଟି ସ୍ଥାନରେ ରହିଛନ୍ତି । ଆଜିଙ୍କ୍ୟ ରାହାଣେ ୭୬୦ ପଏଣ୍ଟ ସହ ୮ମ ସ୍ଥାନରେ ରହିଥିବାବେଳେ ଚେତେଶ୍ବର ପୂଜାରା ୭୫୭ ପଏଣ୍ଟ ସହ ୯ମ ଏବଂ ମୟଙ୍କ ଅଗ୍ରୱାଲ ୭୨୭ ପଏଣ୍ଟ ସହିତ ୧୦ମ ସ୍ଥାନରେ ଅଛନ୍ତି