ଜୁନ ୫ରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଜୁନ ୫ରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଦେଶ -ବିଦେଶ ବଡ ଖବର

#ଜୁନ_୫ରେ_କେରଳ+ଛୁଇଁବ_ଦକ୍ଷିଣ-ପଶ୍ଚିମ_ମୌସୁମୀ_ବାୟୁ       ନୂଆଦିଲ୍ଲୀ  :  ଚଳିତ ବର୍ଷ କେରଳରେ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ସ୍ୱାଭାବିକ ତାରିଖ ଜୁନ ୧ ପରିବର୍ତେ ସାମାନ୍ୟ ବିଳମ୍ବିତ ହୋଇପାରେ । ଅନୁମାନ ଅନୁସାରେ ମୌସୁମୀ ବାୟୁ ଜୁନ ୫ ତାରିଖରେ କେରଳରେ ପ୍ରବେଶ କରିବ । ତେବେ ଏହି ଆକଳନ ଓ ଅନୁଧ୍ୟାନରେ ମଡେଲଗତ ତ୍ରୁଟି ୪ ଦିନ ଯୋଗ ବିଯୋଗ ହୋଇପାରେ ।

ପାଣିପାଗ ବିଭାଗ ପକ୍ଷରୁ କୁହା ଯାଇଛି ଯେ କେରଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ଉପରେ ର୍ନିଭର କରିଥାଏ । କାରଣ ମୌସୁମୀ ବାୟୁର ପ୍ରବେଶ ସହ ଗ୍ରୀଷ୍ମକାଳର ଅବସାନ ଘଟି ବର୍ଷାଋତୁର ଅୟମାରମ୍ଭ ହୁଏ । ମୌସୁମୀ ବାୟୁ ଦେଶର ଉତରଦିଗକୁ ଅଗ୍ରସର ହେବା ସହ ପ୍ରଚଣ୍ଡ ତାପମାତ୍ରା ଓ ଶୁଖିଲା ପାଗର ଅବସାନ ଘଟେ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ଭାବେ ପ୍ରତିବର୍ଷ ଜୁନ ୧ରେ କେରଳରେ ପ୍ରବେଶ କରିଥାଏ । ତେବେ ଏହା ସବୁ ବର୍ଷ ଏହି ର୍ନିଦ୍ଦିଷ୍ଟ ତାରିଖରେ ପହଂଚେ ନାହିଁ ଏବଂ ଏଥିରେ ସାମାନ୍ୟ ବ୍ୟତିକ୍ରମ ଘଟି ଏହା ଆଗ ପଛ ହୋଇଥାଏ । ଏହି ଆଗପଛର ଏକ ମାନକ ବ୍ୟତିକ୍ରମ ର୍ନିଣ୍ଣୟ କରାଯାଇଛି ଯାହା ସାତ ଦିନ ବା ଏକ ସପ୍ତାହ । ଅର୍ଥାତ ଜୁନ ୧ର ସାତ ଦିନ ପୂର୍ବରୁ କିମ୍ବା ପରେ ମୌସୁମୀ ପ୍ରବାହ ମଧ୍ୟ ହୋଇପାରେ ।

ଭାରତୀୟ ମୌସୁମୀ ଅ ଳରେ ପ୍ରଥମ ମୌସୁମୀ ବର୍ଷା ଦକ୍ଷିଣ ଆଣ୍ଡାମାନ ସାଗରରେ ହୋଇଥାଏ । ଏହାପରେ ମୌସୁମୀ ବାୟୁ ଉତର-ପଶ୍ଚିମ ଦିଗରେ ଗତି କରି ବଙ୍ଗୋପସାଗର ଅତିକ୍ରମ କରେ । ନୂଆ ସ୍ୱାଭାବିକ ମୌସୁମୀ ତାରିଖ ଅନୁସାରେ ମେ ୨୨ ବେଳକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗରରେ ପହଞ୍ଚିଥାଏ । ଏବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଏହାର ପାଶ୍ୱବର୍ତୀ ଅଂଚ ଳରେ ଏକ ସ୍ୱଷ୍ଟ ଦୃଶ୍ୟମାନ ଲଘୁ•ପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୧୨ ଘଂଟା ମଧ୍ୟରେ ଏହା ଏକ ଅବପାତର ରୂପ ନେଇ ଅଧିକ ଘନୀଭୂତ ହେବା ସହ ମେ ୧୬ ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗରରେ ଏକ ସାମୁଦ୍ରିକ ବାତ୍ୟାର ରୂପ ନେବ । ଏହାର ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର, ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର କେତେକ ଅଂଚଳକୁ ମୌସୁମୀ ବାୟୁ ଆଗାମୀ ୪୮ ଘଂଟା ମଧ୍ୟରେ ପ୍ରବେଶ କରିବାର ଅନୁକୂଳ ସ୍ଥିତି ସୃଷ୍ଟି ହୋଇଛି ।

ପୁରୁଣା ଡାଟା ଅନୁସାରେ ଭାରତର ମୁଖ୍ୟ ଭୂଖଣ୍ଡରେ ଋତୁକାଳୀନ ମୌସୁମୀ ବର୍ଷା କିମ୍ବା କେରଳରେ ମୌସୁମୀ ପ୍ରବେଶ ସହିତ ଅ ।ଣ୍ଡାମାନ ସାଗରରେ ମୌସୁମୀ ବାୟୁର ଅଗ୍ରଗତି ସହିତ କୌଣସି ସମ୍ପର୍କ ନାହିଁ ।