ଜମ୍ମୁ ଓ କଶ୍ମୀର ବିକାଶ ଲାଗି ୮୦, ୦୦୦ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା

ଦେଶ -ବିଦେଶ ବଡ ଖବର

ଜମ୍ମୁ: କେନ୍ଦ୍ର ସରକାର ଜମ୍ମୁ ଓ କଶ୍ମୀର ଲାଗି  ୮୦, ୦୦୦ କୋଟି ଟଙ୍କାର ବିକାଶ ପ୍ୟାକେଜ୍‌ ମଞ୍ଜୁର କରିଛନ୍ତି। ବୁଧବାର ଦିନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏ ସଂପର୍କରେ ଘୋଷଣା କରିଛି।କେନ୍ଦ୍ରର ସରକାରଙ୍କ ଏହି ଘୋଷଣା ଫଳରେ ଜମ୍ମୁ ଓ କଶ୍ମୀରରେ ଶିକ୍ଷା, ପର୍ଯ୍ୟଟନ, ଭିତ୍ତିଭୂମି ଆଦି କ୍ଷେତ୍ରରେ ଦ୍ରୁତ ଉନ୍ନତି ଘଟିବା ସହ ହଜାର ହଜାର ଶିକ୍ଷିତ ବେକାର ଯୁବକଯୁବତୀଙ୍କ ଲାଗି କର୍ମସଂସ୍ଥାନ ସୁଯୋଗ ସୃଷ୍ଟି କରିବ। ଏହି ପ୍ୟାକେଜ୍‌ ଯୋଗୁଁ ସମ୍ପୃକ୍ତ ଅଞ୍ଚଳବାସୀଙ୍କର ସାମାଜିକ ଓ ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ଘଟିବ।

Image result for jammu and kashmir"

ଉଲ୍ଲେଖ ଯୋଗ୍ୟ ଯେ ଜାନୁଆରୀ ୨୦ ତାରିଖ ଦିନ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଥିଲେ- ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ନିମନ୍ତେ ମାର୍ଚ ୨୦୨୧ ସୁଦ୍ଧା ୨୫୦୦୦ କୋଟି ଟଙ୍କା ମୂଲ୍ୟର ଅନ୍ୟୂନ ୨୫ଟି ପ୍ରକଳ୍ପ ଆସିବ। ଜମ୍ମୁ ଓ କଶ୍ମୀରକୁ ଦେଶର ‘ରତ୍ନ’ ବୋଲି ବର୍ଣ୍ଣନା କରି ସେ ଆହୁରି କହିଥିଲେ ଯେ ବୃହତ୍ତର ପୁଞ୍ଜି ବିନିଯୋଗ ଆଶାରେ ସରକାର ଜମ୍ମୁ ଓ କଶ୍ମୀର ଅଞ୍ଚଳରେ ଗୋଟାଏ ଶିଳ୍ପ ପ୍ୟାକେଜ୍‌ ଲାଗି ଯୋଜନା କରୁଛନ୍ତି।

ଅନ୍ୟୂନ ୩୬ ଜଣ କେନ୍ଦ୍ର ମନ୍ତ୍ରୀ ଜମ୍ମୁ ଓ କଶ୍ମୀରର ବିଭିନ୍ନ ଜିଲ୍ଲା ଗସ୍ତ କରୁଥିବା ସମୟରେ କେନ୍ଦ୍ର ସରକାର ଏ ଭଳି ଘୋଷଣା କରିଛନ୍ତି। ସେମାନେ ଜାନୁଆରି ୧୮ ରୁ ଜାନୁଆରି ୨୪ ଯାଏଁ ଗସ୍ତରେ ରହିବେ। ଗୃହମନ୍ତ୍ରାଳୟ ମଧ୍ୟ ଏହି ଗସ୍ତରେ ସମନ୍ଵୟତା ରକ୍ଷା କରୁଛି।