ଛୋଟା ସକିଲ ଟାର୍ଗେଟରେ ବିଚାରପତି ଓ ବଡ଼ ବଡ଼ ନେତା

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ : ଅଣ୍ଡରୱାର୍ଲ୍ଡ ଡନ୍‌ ଛୋଟା ସକିଲ ଏବେ ଦିଲ୍ଲୀରେ ବଡ଼ ଧରଣର ହମଲା ପାଇଁ ଯୋଜନା କରୁଛି। ମୋଷ୍ଟ ୱାଣ୍ଟେଡ୍‌ ଦାଉଦ ଇବ୍ରାହିମର ଏହି ଘନିଷ୍ଠ ସହଯୋଗୀ ଜଣଙ୍କ ଦିଲ୍ଲୀର ଏକାଧିକ ଜଜ ଓ ବଡ଼ବଡ଼ ରାଜନେତାଙ୍କୁ ହତ୍ୟା କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଏ ସମ୍ପର୍କରେ ସୂଚନା ମିଳିବା ପରେ ଦିଲ୍ଲୀ ପୁଲିସ୍‌ର ସ୍ୱତନ୍ତ୍ର ସେଲ ଆଜି ସକିଲ ନାଁରେ ଏଫଆଇଆର ରୁଜୁ କରିଛି।

ଏହି ସୂଚନା ମିଳିବା ପରେ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ଏକାଧିକ ବିଚାରପତି ଓ ବଡ଼ ବଡ଼ ରାଜନେତାଙ୍କୁ ସତର୍କ ରହିବାକୁ କୁହାଯାଇଛି। ଅନ୍ୟପକ୍ଷରେ ଏନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଛୋଟା ସକିଲ ଗୁପ୍ତ ସ୍ଥାନରେ ରହି, ତା’ର ସ୍ପଷ୍ଟୀକରଣ ଦେଇଛି।ସେ କହିଛି ଯେ, “ମୁଁ ସେଭଳି କୌଣସି ଯୋଜନା କରୁନାହିଁ। ମୁଁ କାହାକୁ ହତ୍ୟା କରିବାକୁ ଅସ୍ତ୍ରଶସ୍ତ୍ର କିଣିନାହିଁ। ଯାହା ବି ଏ ସମ୍ପର୍କରେ ଖବର ପ୍ରକାଶ ପାଇଛି, ସବୁ ମିଛ।”