ଚୀନା ମାନଙ୍କ ଯୋଗୁ୍ଁ ମାନବ ସମାଜ ପ୍ରତି ବିପଦ ବଢୁଛି

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ : ଚୀନା ମାନଙ୍କ ଯୋଗୁଁ ସମଗ୍ର ମାନବ ସମାଜ ପାଇଁ ବିପଦ ବଢିବାରେ ଲାଗିଛି । ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱରେ ଚିନ୍ତାର ବିଷୟ ହୋଇଛି । ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଏହା ଫଳରେ ଚୀନ ଏବେ ସାରା ବିଶ୍ୱରେ ଏକରକମ ଅଛୁଆଁ ହୋଇପଡ଼ିଛି । ଅନ୍ୟପକ୍ଷରେ ଚୀନବାସୀଙ୍କ ଅଜବ ଖାଦ୍ୟଅଭ୍ୟାସ ଯୋଗୁଁ ବିଶ୍ୱର ମାନବ ସମାଜ ବାରମ୍ବାର ଅଜଣା ରୋଗବ୍ୟାଧିର ଶିକାର ହେଉଥିବାରୁ ବିଶ୍ୱବ୍ୟାପୀ ବିରୋଧର ସ୍ୱର ଉଠିଲାଣି ।
ଗତ ୨୦୦୦-୦୨ ବେଳକୁ ଚୀନରେ ମାରାତ୍ମକ ସାରସ ଭୁତାଣୁ ବ୍ୟାପୀ ଅନେକ ଜୀବନ ନେଇଥିଲା ।

Image result for snake meat market in wuhan china"

ଏଥର ମଧ୍ୟ ଏକ ପଶୁ ଦେହରୁ ଏହି ଭୁତାଣୁ ଆସିଥିବା ସଂଦେହ କରାଯାଉଛି । କେନ୍ଦ୍ରୀୟ ଚୀନର ଉହାନ ସହରର ଏକ ମାଂସ ବଜାରରୁ ଏହି ଭାଇରସ ବ୍ୟାପିଥିବା ସଂଦେହ କରାଯାଉଛି । ଏହି ବଜାରରେ ହିଁ ବିଭିନ୍ନ ପ୍ରକାରର ଜୀବଜନ୍ତୁଙ୍କ ଖାଦ୍ୟ ମିଳିଥାଏ ।
ଚୀନ ଲୋକମାନଙ୍କର ଅଜବ ଖାଦ୍ୟ ନିଶା ରହିଛି । ବାଘ, ସାପ, ମୂଷା, ବାଦୁଡ଼ି, କୁକୁର, ଅସରପା, ଝିଟିପିଟି ଆଦି ପଶୁପକ୍ଷୀଙ୍କ ମାଂସ ଚୀନରେ ଲୋକମାନେ ଖାଆନ୍ତି । କିନ୍ତୁ ଚୀନ ଲୋକମାନଙ୍କ ଏହି ନିଶା ଯୋଗୁଁ ହିଁ କୋରୋନାଭାଇରସ ପରି ମାରାତ୍ମକ ଭାଇରସର ଉତ୍ପତ୍ତି ହୋଇଥିବା କୁହାଯାଉଛି ।