ଚାଷୀଙ୍କ ପାଇଁ ଫସଲ ଋଣ ପୁନଃପରିଶୋଧ ଅବଧି ବୃଦ୍ଧି ଘୋଷଣା କଲେ ସରକାର

ଚାଷୀଙ୍କ ପାଇଁ ଫସଲ ଋଣ ପୁନଃପରିଶୋଧ ଅବଧି ବୃଦ୍ଧି ଘୋଷଣା କଲେ ସରକାର

ଦେଶ -ବିଦେଶ ବଡ ଖବର ବାଣିଜ୍ୟ

#ଫସଲ_ଋଣ_ପୁନଃପରିଶୋଧ_ଅବଧି_ବୃଦ୍ଧି_ଘୋଷଣା_କଲେ_ସରକାର               ନୂଆଦିଲ୍ଳୀ :  କୋଭିଡ-୧୯ ଲକଡାଉନ କାରଣରୁ ଚାଷୀମାନେ ବ୍ୟାଙ୍କରୁ ନେଇଥିବା ସ୍ୱଳ୍ପକାଳିନ ଫସଲ ଋଣ ପୁନଃପରିଶୋଧ ଅବଧିକୁ ଘୁଂଚାଇ ଦେଇଛନ୍ତି କେନ୍ଦ୍ର ସରକାର । ୩୧ ମେ ୨୦୨୦ ପର୍ଯ୍ୟନ୍ତ ବ୍ୟାଙ୍କଗୁଡ଼ିକୁ ୨ପ୍ରତିଶତ ସୁଧ ଛାଡ଼ ଏବଂ ଚାଷୀଙ୍କୁ ୩ ପ୍ରତିଶତ ତୁରନ୍ତ ପରିଶୋଧ ରିହାତି (ପିଆରଆଇ) ଦେୟର ଅବଧି ବୃଦ୍ଧି ଲାଗି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି । ବ୍ୟାଙ୍କ ପକ୍ଷରୁ ଚାଷୀଙ୍କୁ ଦିଆଯାଇଥିବା ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ ଫସଲ ଋଣ ଉପରେ ଏହି ସୁବିଧା ମିଳିବ । ୧ ମାର୍ଚ୍ଚରୁ ୩୧ ମେ ୨୦୨୦ ପର୍ଯ୍ୟନ୍ତ ଦେୟଯୋଗ୍ୟ ଥିବା ଋଣ ଉପରେ ଏହି ରିହାତି ପ୍ରଦାନ କରାଯିବ ।
ଲୋକମାନଙ୍କ ଯାତାୟାତ ଉପରେ କଟକଣା ଜାରି କରାଯାଇଥିବା କାରଣରୁ ଚାଷୀମାନେ ସେମାନଙ୍କ ସ୍ୱଳ୍ପକାଳିନ ଫସଲ ଋଣ ଦେୟ ପଇଠ କରିବା ଲାଗି ବ୍ୟାଙ୍କ ଶାଖାକୁ ଯାଇପାରୁନାହାନ୍ତି । ଏହାଛଡ଼ା କଟକଣା ଯୋଗୁ କୃଷି ଉତ୍ପାଦ ଠିକ ସମୟରେ ବିକ୍ରି ହୋଇପାରୁନାହିଁ କିମ୍ବା ବିକ୍ରି ଅର୍ଥ ·ଷୀମାନେ ପାଇପାରୁନାହାନ୍ତି । ଫଳରେ ସେମାନେ ଋଣ ପରିଶୋଧ କରିବାରେ ସମସ୍ୟା ଭୋଗୁଥିବା ଦେଖାଯାଉଛି ।
ଏହି ସମସ୍ୟାକୁ ଆଖି ଆଗରେ ରଖି ଚାଷୀମାନଙ୍କୁ ସୁଧ ଛାଡ଼ ଏବଂ ତୁରନ୍ତ ପରିଶୋଧ ରିହାତି (ପିଆରଆଇ) ପଇଠ ଲାଗି ଅତିରିକ୍ତ ଅବଧିର ଲାଭ ପ୍ରଦାନ କରିବା ନିମନ୍ତେ ସରକାର ନିଷ୍ପତି ନେଇଛନ୍ତି । ଫଳରେ ଚାଷୀମାନେ ୩୧ ମେ, ୨୦୨୦ ପର୍ଯ୍ୟନ୍ତ ଏପରି ଋଣ ଉପରେ ବାର୍ଷିକ ୪.୦ ପ୍ରତିଶତ ସୁଧ ହାରରେ ଋଣ ପରିଶୋଧ ଲାଗି ଅତିରିକତ ସମୟ ପାଇପାରିବେ । ଏଥିପାଇଁ ସେମାନଙ୍କୁ କୌଣସି ଜୋରିମାନା ମଧ୍ୟ ଦେବାକୁ ପଡ଼ିବ ନାହିଁ ।
ସରକାର ଚାଷୀମାନଙ୍କୁ ବ୍ୟାଙ୍କଗୁଡ଼ିକ ଜରିଆରେ ଫସଲ ଋଣ ଯୋଗାଇ ଦେଉଛନ୍ତି । ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ ବ୍ୟାଙ୍କଗୁଡ଼ିକୁ ୨ ପ୍ରତିଶତ ସୁଧ ରିହାତି ସୁବିଧା ଦିଆଯାଉଛି । ଏହାଛଡ଼ା ନିର୍ଦ୍ଧାରିତ ସମୟରେ ଋଣ ପଇଠ ଉପରେ ·ଷୀଙ୍କୁ ୩ ପ୍ରତିଶତ ଅତିରିକ୍ତ ରିହାତି ଦିଆଯାଉଛି । ଫଳରେ ଚାଷୀମାନେ ୪ ପ୍ରତିଶତ ବାର୍ଷିକ ସୁଧ ହାରରେ ସ୍ୱଳ୍ପକାଳୀନ କ୍ଷୁଦ୍ର ଋଣ ପାଇବାରେ ସକ୍ଷମ ହେଉଛନ୍ତି।