ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ୫୦୩ ସାଂସଦ ସଂପତ୍ତି ତାଲିକା ପ୍ରଦାନ କରିନାହାନ୍ତି

ଦେଶ -ବିଦେଶ ବଡ ଖବର

ନୂଆଦିଲ୍ଲୀ : ଦେଶର ଅଧିକାଂଶ ସାଂସଦ ନିଜର ସଂପତ୍ତି ତାଲିକା ଦେବାରେ ବିଫଳ ହୋଇଛନ୍ତି । ମୋଟ ୫୪୩ ସାଂସଦଙ୍କ ମଧ୍ୟରୁ ୫୦୩ ଜଣ ସାଂସଦ ଏପର୍ଯ୍ୟନ୍ତ ନିଜର ସଂପତ୍ତି ତାଲିକା ପ୍ରଦାନ କରିନାହାନ୍ତି । ଏହି ସାଂସଦଙ୍କ ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ରହିଛନ୍ତି ବୋଲି ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ।

ଲୋକସଭାର ନିୟମ ଅନୁସାରେ ଜଣେ ସାଂସଦ ନିର୍ବାଚିତ ହେବାର ୯୦ ଦିନ ମଧ୍ୟରେ ନିଜର ସଂପତ୍ତି ତାଲିକା ଦାଖଲ କରିବା ଆବଶ୍ୟକ । କିନ୍ତୁ ଗତ ବର୍ଷ ମେ ମାସରେ ଏସବୁ ସାଂସଦ ନିର୍ବାଚିତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିଜର ସଂପତ୍ତି ତାଲିକା ଦାଖଲ କରିବାରେ ବିଫଳ ହୋଇଛନ୍ତି । ମାତ୍ର ୩୬ ଜଣ ସାଂସଦ ନିଜର ସଂପତ୍ତି ତାଲିକା ଦାଖଲ କରିଛନ୍ତି । ଏମାନଙ୍କ ମଧ୍ୟରୁ ୨୫ ଜଣ ବିଜେପି ସାଂସଦ,୮ ଜଣ ଟିଏମସି ସାଂସଦ, ବିଜେଡ଼ିର ଜଣେ ସାଂସଦ ଅନ୍ତର୍ଭୁକ୍ତ । ଉତ୍ତରାଖଣ୍ଡର ଉଦ୍ଦମ ସିଂ ନଗର ଜିଲ୍ଲାର ନିଦିମୁଦ୍ଦିନ ନାମକ ବ୍ୟକ୍ତି ଏହି ଆରଟିଆଇ ଦାଖଲ କରିଥିଲେ ।