ଗାଡି କାଗଜପତ୍ର ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଯାଞ୍ଚ ହେବନି

ଗାଡି କାଗଜପତ୍ର ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଯାଞ୍ଚ ହେବନି

ଦେଶ -ବିଦେଶ ବଡ ଖବର

#ଗାଡି_କାଗଜପତ୍ର_୩୦_ସେପ୍ଟେମ୍ବର_ପର୍ଯ୍ୟନ୍ତ_ଯାଞ୍ଚ_ହେବନି        ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ ସମେତ ସମସ୍ତ ପ୍ରକାର ମୋଟର ଯାନ ଦସ୍ତାବିଜର ବୈଧତାକୁ କେନ୍ଦ୍ର ସରକାର ୩୦ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ପୁଣିଥରେ ବୃଦ୍ଧି କରିଛନ୍ତି। ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ। ଏ ସଂକ୍ରାନ୍ତରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ମାର୍ଗଦର୍ଶିକା ଜାରି କରାଯାଇଛି।
ଏଥିପୂର୍ବରୁ ୩୧ ମେ ୨୦୨୦ ପର୍ଯ୍ୟନ୍ତ ସମସ୍ତ ଗାଡ଼ି କାଗଜପତ୍ର ଯେପରିକି ଫିଟନେସ, ପରମିଟ (ସମସ୍ତ ପ୍ରକାର), ଡ୍ରାଇଭିଂ ଲାଇସେନ୍‌ସ, ରେଜିଷ୍ଟ୍ରେସନ ଆଦିର ବୈଧତାକୁ ସମ୍ପ୍ରସାରିତ କରାଯାଇଥିଲା। ପରେ ଏସବୁ କାଗଜପତ୍ରର ବୈଧତା ଅବଧି ୩୦ ଜୁନ, ୨୦୨୦ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବା ନେଇ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ କର୍ତ୍ତୃପକ୍ଷଙ୍କୁ ସୂଚୀତ କରାଯାଇଥଲା। ଫେବ୍ରୁଆରି ପହିଲା, ୨୦୨୦ ପରଠାରୁ କିମ୍ବା ୩୧ ମେ ୨୦୨୦ ପର୍ଯ୍ୟନ୍ତ ବୈଧତା ସମାପ୍ତି ହେଉଥିବା ସମସ୍ତ ଗାଡ଼ି ଦସ୍ତାବିଜର ନବୀକରଣ ଲକଡାଉନ କାରଣରୁ ହୋଇପାରି ନଥିଲେ ସେଗୁଡ଼ିକୁ ଅବଧି ବୃଦ୍ଧି ସୁବିଧା ପ୍ରଦାନ କରାଯାଇଥିଲା।