ଗଙ୍ଗାକୁ ପ୍ରଦୂଷଣମୁକ୍ତ କରିବା ପାଇଁ ପଦ‌କ୍ଷେପ ନନେଲେ ନିଜକୁ ଗୁଳି କରିବେ ହରିଦ୍ବାରର ସନ୍ଥ

ଦେଶ -ବିଦେଶ ବଡ ଖବର

ଡେରାଡୁନ: ହରିଦ୍ବାରରେ ରହୁଥିବା ସନ୍ଥ ବାବା ଗୋପାଳ ଦାସ  ଆତ୍ମହତ୍ୟା କରିବାର ଧମକ ଦେଇଛନ୍ତି। ୧୦ଦିନ ମଧ୍ୟରେ ଗଙ୍ଗାକୁ ପ୍ରଦୂଷଣମୁକ୍ତ କରିବା ପାଇଁ କୌଣସି ପ୍ରକାରର ପଦକ୍ଷେପ ନିଆ ନଗଲେ ୧୦ଦିନ ପରେ ସେ ନିଜକୁ ଗୁଳି କରିବେ ବୋଲି କହିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଏ ନେଇ ବଡ଼ ପଦକ୍ଷେପ ନେବା ସହ ପରିବଶେକୁ ସୁରକ୍ଷିତ କରିବାକୁ ହେବ। ନଚେତ୍ ମୁଁ ଆତ୍ମହତ୍ୟା କରିବି।

ତାଙ୍କ କହିବା ମୁତାବକ, ନିର୍ବାଚନ ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗଙ୍ଗା ନଦୀକୁ ଭୁଲିଯିବା ସହ ନିଜ ନିଜ କ୍ଷମତାର ମଜା ଉଠାଇବାରେ ଲାଗିପଡ଼ିଛନ୍ତି। ପରିବେଶକୁ କିଭଳି ସୁରକ୍ଷା ଦିଆଯିବ ଏବଂ ପ୍ରଦୂଷଣମୁକ୍ତ କରାଯିବ, ସେ ନେଇ ରିସର୍ଚ୍ଚ କରିବା ପାଇଁ ଅନେକ ସଂସ୍ଥା ରହିଛି। ସବୁ ଥାଇ ମଧ୍ୟ ସରକାର ଆବଶ୍ୟକୀୟ ପଦକ୍ଷପ ନେବାରେ ଅସଫଳ ହୋଇଛି। ଯଦି ସରକାରଙ୍କ ପରିବେଶ ସୁରକ୍ଷା ଦିଗରେ କିଛି କରିବାର ନାହିଁ, ତେବେ ସେ ସବୁ ସଂସ୍ଥାଗୁଡ଼ିକୁ ବନ୍ଦ କରିଦେବା ଦରକାର। ୨୦୧୮ରେ ଗଙ୍ଗା ନଦୀକୁ ସଫା କରିବା ଦାବିରେ ଜିଡି ଅଗ୍ରୱାଲ ଅନଶନ କରି ମୃତ୍ୟୁବରଣ କରିଥିଲେ। ଏବେ ମୁଁ ତାଙ୍କ ପଥ ଅନୁସରଣ କରିବି।ମୋର ଦାବି ପ୍ରଥମେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପାଇଁ ଯାଇଥିଲି, କିନ୍ତୁ ମୋତେ ତାଙ୍କ ଘର ଭିତରକୁ ଯିବା ପାଇଁ ଅନୁମତି ମିଳି ନଥିଲା। ଏହା ପରେ ଏବେ ମୁଁ ସରକାରଙ୍କୁ ୧୦ଦିନର ସମୟ ଦେଇଛି।