କେବଳ ୨ଟି ବର୍ଗର ବ୍ୟକ୍ତିମାନଙ୍କର ହେବ ମାଗଣା କରୋନା ପରୀକ୍ଷା

କେବଳ ୨ଟି ବର୍ଗର ବ୍ୟକ୍ତିମାନଙ୍କର ହେବ ମାଗଣା କରୋନା ପରୀକ୍ଷା

ଦେଶ -ବିଦେଶ ବଡ ଖବର

#କେବଳ_୨ଟି_ବର୍ଗର_ବ୍ୟକ୍ତିମାନଙ୍କର_ହେବ_ମାଗଣା_କରୋନା_ପରୀକ୍ଷା     ନୂଆଦିଲ୍ଲୀ: କେବଳ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ଶ୍ରେଣୀର ବ୍ୟକ୍ତି ଏବଂ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ ହତିଧିକାରୀଙ୍କ ପାଇଁ ଘରୋଇ ହସ୍ପିଟାଲାରେ  ମାଗଣା ପରୀକ୍ଷା ହେବ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। , ସମ୍ପର୍କରେ  ନିଜର ପୂର୍ବ ନିର୍ଦ୍ଦେଶରେ ପରିବର୍ତ୍ତନ ଆଣିଛନ୍ତି ସୁପ୍ରିମକୋର୍ଟ। ନୂଆ ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ  ଘରୋଇ ଏବଂ ସରକାରୀ ଲାବୋରେଟୋରୀରେ ସମସ୍ତଙ୍କ ନମୁନା ମାଗଣାରେ ପରୀକ୍ଷା ହେବନାହିଁ। ଏହା ଉପଲବ୍ଧ ହେବ।

ସୁପ୍ରିମକୋର୍ଟ  କହିଛନ୍ତିଯେ, ଏହି ଦୁଇ ବର୍ଗ ବ୍ୟତୀତ ଅନ୍ୟ କିଛି ଶ୍ରେଣୀଙ୍କୁ ମଧ୍ୟ କେନ୍ଦ୍ର ସରକାର ଯୋଡ଼ିପାରିବେ। ଅନ୍ୟପକ୍ଷରେ ଯେଉଁମାନେ ଆଇସିଏମ୍‌ଆର ନିର୍ଦ୍ଧାରିତ ୪,୫୦୦ ଟଙ୍କା ଦେଇପାରିବେ ସେମାନଙ୍କୁ ଘରୋଇ ଲ୍ୟାବ୍‌ ଏହି ଅର୍ଥ ଚାର୍ଜ କରିପାରିବେ।

ଏଥିପାଇଁ କେନ୍ଦ୍ର ସରକାର ରିଅମ୍ବର୍ସମେଣ୍ଟ ବ୍ୟବସ୍ଥା କରିପାରିବ। ଅର୍ଥାତ ହିତାଧିକାରୀ ନମୁନା ପରୀକ୍ଷା କରାଇବା ପରେ ଘରୋଇ ଲାବୋରେଟୋରୀ ସଂସ୍ଥାକୁ ସରକାର ଲୋକଙ୍କ ପାଇଁ ଅର୍ଥ ପଇଠ କରିବେ। ପୂର୍ବରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେଯେ, କୋଭିଡ-୧୯ ପରୀକ୍ଷା ମାଗଣା ହେବ। କରୋନା ସମ୍ପର୍କିତ ପରୀକ୍ଷା ସରକାରୀ ହେଉ ବା ଘରୋଇ ଉଭୟ କ୍ଷେତ୍ରରେ ମାଗଣା ହେବ। କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ତୁରନ୍ତ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଉ।