କରୋନା ମୃତ୍ୟୁ ସଂଖ୍ୟା ୪୨୫,ମିଳୁନି ସର୍ଜିକାଲ ମାସ୍କ

ଦେଶ -ବିଦେଶ ବଡ ଖବର

ବେଜିଂ: ଚୀନରେ ‘କରୋନା’ ଭୂତାଣୁ ଯୋଗୁ ମଙ୍ଗଳବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୪୨୫ରେ ପହଞ୍ଚିଛି। ସୋମବାର ସୁଦ୍ଧା ୩୬୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗତ ୨୪ ଘଣ୍ଟାରେ ଆଉ ୬୨ ଜଣ ଏହି ଭୂତାଣୁ କବଳରେ ଆସି ପ୍ରାଣ ହରାଇଛନ୍ତି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ୪୦୦ରେ ପହଞ୍ଚିଛି।

ଗୋଟିଏ ପଟେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଥିବାବେଳେ ଏଥିରୁ ବର୍ତ୍ତିବା ଲାଗି ଆବଶ୍ୟକ ଥିବା ସର୍ଜିକାଲ ମାସ୍କ ଏବଂ ଆବଶ୍ୟକୀୟ ଚିକିତ୍ସା ଉପକରଣ ମିଳୁନାହିଁ। ଫଳରେ ସରକାର ଚିନ୍ତାରେ ପଡ଼ିଛନ୍ତି। ଆକ୍ରାନ୍ତମାନଙ୍କୁ ତତ୍କାଳ ଚିକିତ୍ସା ଦେବା ସରକାରଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି। ୨ ସପ୍ତାହ ମଧ୍ୟରେ ସରକାର ୨ଟି ଅସ୍ଥାୟୀ ହସ୍ପିଟାଲ ନିର୍ମାଣ କରିଥିଲେ ହେଁ ସମସ୍ତ ରୋଗୀଙ୍କୁ ଚିକିତ୍ସା ଯୋଗାଇଦେବା ସମ୍ଭବ ହେଉନାହିଁ। କାରଣ ୨୦ ହଜାରରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ଥିବାବେଳେ ପ୍ରାୟ ୧୦ ହଜାର ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କରୋନାର କେନ୍ଦ୍ରସ୍ଥଳ ଉହାନରୁ ରୋଗୀଙ୍କୁ ବାହାର ରାଜ୍ୟକୁ ନିଆଯାଉ ନ ଥିବାରୁ ଏଭଳି ଅବସ୍ଥା ଉପୁଜିଛି। ତ୍ଵରିତ୍ଵ ବେଗରେ ସରକାର ନିର୍ମାଣ କରିଥିବା ୨ଟି ହସ୍ପିଟାଲରେ ମାତ୍ର ୨୬୦୦ ରୋଗୀଙ୍କୁ ଚିକିତ୍ସା ମିଳିପାରିବ। ଆକ୍ରାନ୍ତ ସଂଖ୍ୟା ଦ୍ରୁତଗତିରେ ବଢ଼ୁଥିବାରୁ ସମସ୍ତଙ୍କୁ ଚିକିତ୍ସା ସେବା ମିଳିବା କଷ୍ଟକର ବୋଲି ଜଣାପଡ଼ିଛି।