କରୋନା: ଆଇସୋଲେସନ୍ ରେ ବସୁନ୍ଧରା ରାଜେ ଓ ପୁଅ ଦୁଶ୍ୟନ୍ତ

କରୋନା: ଆଇସୋଲେସନ୍ ରେ  ବସୁନ୍ଧରା ରାଜେ ଓ ପୁଅ ଦୁଶ୍ୟନ୍ତ

ଦେଶ -ବିଦେଶ ବଡ ଖବର

#ଆଇସୋଲେସନ୍_ରେ_ବସୁନ୍ଧରା_ରାଜେ_ଓ_ପୁଅ_ଦୁଶ୍ୟନ୍ତ   ନୂଆଦିଲ୍ଲୀ  :  ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି) ନେତ୍ରୀ ବସୁନ୍ଧରା ରାଜେ ଏବଂ ତାଙ୍କ ପୁଅ ତଥା ଲୋକସଭା ସଦସ୍ୟ ଦୁଶ୍ୟନ୍ତ ସିଂ  କୋଭିଡ୍ -୧୯ ସେଲଫ୍ ଆଇସୋଲେସନ୍ ରେ ରହିଛନ୍ତି । କରୋନା ଭାଇରସ ସଂକ୍ରମିତ ବଲିଉଡ୍ ଗାୟିକା କନିକା କପୁରଙ୍କ ପାର୍ଟିରେ ଯୋଗଦେବା ପରେ ନିଜକୁ ଆଇସୋଲେସନ୍ ରେ ରଖିଛନ୍ତି ।

ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ବସୁନ୍ଧରା ରାଜେ ଟ୍ୱିଟ୍ କରି କହିଛନ୍ତି ଯେ କିଛି ଦିନ ପୂର୍ବରୁ ମୁଁ ଏବଂ ଦୁଶ୍ୟନ୍ତ   ଲକ୍ଷ୍ନୌ ରେ ରାତ୍ରୀ ଭୋଜନ କରିବାକୁ ଯାଇଥିଲୁ । କୋଭିଡ -୧୯ ସଂକ୍ରମିତ ହୋଇଥିବା କନିକା କପୁର ଏକ ପାର୍ଟିର ଆୟୋଜନ କରିଥିଲେ । ତେଣୁ ସତର୍କତା ଦୃଷ୍ଟିରୁ  ମୁଁ  ଓ ଦୁଶ୍ୟନ୍ତ ସେଲ୍ଫ ଆଇସୋଲେସନ୍ ରେ ରହିଛୁ ଏବଂ ସମସ୍ତ ଆବଶ୍ୟକୀୟ ନିର୍ଦ୍ଦେଶ ପାଳନ କରୁଛୁ ବୋଲି ସେ ଟ୍ୱିଟ୍ କରିଛନ୍ତି ।

ସେହିପରି ବିଜେପି ସାଂସଦ ଦୁଶ୍ୟନ୍ତ ସିଂଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ସାଂସଦ ଡାକ୍ତରଙ୍କ ସହ ଯୋଗାଯୋଗରେ ଅଛନ୍ତି । ତେବେ ଏପର୍ଯ୍ୟନ୍ତ କୌଣସି ସାଂସଦଙ୍କ ଠାରେ କରୋନା ଜୀବାଣୁର ଲକ୍ଷଣ ଦେଖାଯାଇ ନାହିଁ । ଦୁଶ୍ୟନ୍ତ ରାଜସ୍ଥାନର ଝାଲାୱାର-ୱାରନ ଲୋକସଭା ଆସନରୁ ସାଂସଦ ଅଛନ୍ତି । କନିକାଙ୍କ ପାର୍ଟିରେ ଯୋଗଦେବା ପରେ ସେ ସଂସଦର ପ୍ରକ୍ରିୟାରେ ଭାଗ ନେବାକୁ ଲୋକସଭାରେ ମଧ୍ୟ ପହଞ୍ଚିଥିଲେ । କିନ୍ତୁ କନିକା କପୁର କରୋନାରେ ସଂକ୍ରମିତ ହେବାର ଖବର ପାଇବା ପରେ ଦୁଶ୍ୟନ୍ତ ନିଜକୁ ଆଇସୋଲେସନ୍ ରେ ରଖିଛନ୍ତି । ଦୁଶ୍ୟନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଅନେକ ସାଂସଦ ସେମାନଙ୍କର ଯାଂଚ କରାଇଥିଲେ କିନ୍ତୁ ସେମାନଙ୍କଠାରେ ସଂକ୍ରମଣର କୌଣସି ଲକ୍ଷଣ ଦେଖାଯାଇନାହିଁ ।