ଓଡିଶା କ୍ୟାଡର ଆଇଏଏସ୍ ତୁହିନ୍ କାନ୍ତ ପାଣ୍ଡେଙ୍କୁ କରୋନା

ଓଡିଶା କ୍ୟାଡର ଆଇଏଏସ୍ ତୁହିନ୍ କାନ୍ତ ପାଣ୍ଡେଙ୍କୁ କରୋନା

ଦେଶ -ବିଦେଶ ଓଡିଶା ବଡ ଖବର

#ଓଡିଶା_କ୍ୟାଡର_ଆଇଏଏସ୍_ତୁହିନ୍_କାନ୍ତ_ପାଣ୍ଡେଙ୍କୁ_କରୋନା          ନୂଆଦିଲ୍ଲୀ   : ଓଡ଼ିଶା କ୍ୟାଡରର ଆଇଏଏସ୍ ଅଧିକାରୀ ତୁହିନ୍ କାନ୍ତ ପାଣ୍ଡେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କର ସ୍ୱାବ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ଏବେ ସେ ନିଜ ଘରେ ସଙ୍ଗରୋଧରେ ରହିଥିବା ନେଇ ସୂଚନା ମିଳିଛି ।ଶ୍ରୀ ପାଣ୍ଡେ ବର୍ତମାନ କେନ୍ଦ୍ରୀୟ ଡେପୁଟେସନରେ ଥାଇ କେନ୍ଦ୍ର ପୁଞ୍ଜି ପ୍ରତ୍ୟାହାର ବିଭାଗର ସଚିବ ଦାୟିତ୍ୱ ରେ ରହିଛନ୍ତିି ।

ସୂଚନା ଅନୁଯାୟୀ ଆଇଏଏସ୍ ଶ୍ରୀ ପାଣ୍ଡେଙ୍କ ଶରୀରରେ ସାମାନ୍ୟ ଜ୍ୱରର ଲକ୍ଷଣ ଦେଖାଯିବା ପରେ ସେ ନିଜର କୋଭିଡ-୧୯ ପରୀକ୍ଷା କରାଇଥିଲେ । ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିବା ପରେ ଏବେ ସେ ନିଜକୁ ସଙ୍ଗରୋଧ କରିଛନ୍ତି । ଏହା ଜଣାପଡ଼ିବା ପରେ ବିନିଯୋଗ ଏବଂ ସର୍ବସାଧାରଣ ସମ୍ପତି ପରିଚାଳନା ବିଭାଗର ଯୁଗ୍ମ ସଚିବମାନେ ମଧ୍ୟ ନିଜକୁ ସଙ୍ଗରୋଧ କରିଥିବା ସୂଚନା ମିଳିଛି । ଏହା ସହ ନୂଆଦିଲ୍ଲୀର ସିଜିଓ କମ୍ପେ୍ଲକ୍ସରେ ଥିବା ବିଭିନ୍ନ ବିଭାଗକୁ ସାନିଟାଇଜ କରିବା ପାଇଁ ସିଲ୍ କରାଯାଇଛି । କରୋନା ଆକ୍ରାନ୍ତ ଥିବା ଜଣା ପଡିବା ପୂର୍ବରୁ ପାଣ୍ଡେ କାହା କାହା ସଂସ୍ପର୍ଶରେ ଆସିଥିଲେ ସେ ନେଇ ଅନୁସନ୍ଧାନ ଜାରି ରହିଛି । ଏହା ପୂର୍ବରୁ ବିଭାଗର ଅନ୍ୟ ଦୁଇ ଜଣ ଅଧିକାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ ବୋଲି ଜଣାପଡିଛି ।