ଏୟାର ଇଣ୍ଡିଆକୁ ବିକ୍ରି ପାଇଁ ବିଜ୍ଞପ୍ତି ଜାରି କଲା କେନ୍ଦ୍ର ସରକାର

ଦେଶ -ବିଦେଶ ବଡ ଖବର ବାଣିଜ୍ୟ

ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ଼ ବିମାନଚଳାଚଳ ସଂସ୍ଥା ଏୟାର ଇଣ୍ଡିଆକୁ ବିକ୍ରି ପାଇଁ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି।  ଏତିକିବେଳେ ବିରୋଧୀ ସରକାର ଦେବାଳିଆ ହୋଇଯାଇଥିବା କହିଥିବା ବେଳେ ମନ୍ତ୍ରୀ କହିଛନ୍ତି ଏୟାର ଇଣ୍ଡିଆ ଦେଶର ମୂଲ୍ୟବାନ ସଂପତ୍ତି। ଏହାକୁ ସଂପୂର୍ଣ୍ଣ ଭାବେ ବିକ୍ରି କରିଦେବା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ୨୦୧୮ରେ  ଏୟାର ଇଣ୍ଡିଆର ୭୬ ପ୍ରତିଶତ ଅଂଶଧନ ବିକ୍ରି ପାଇଁ ଘୋଷଣା କରାଯାଇଥିଲେ ମଧ୍ୟ କେହି ବି ଆବେଦନ କରି ନଥିଲେ।  ଏଣୁ ଏବେ ନିୟମରେ କୋହଳ କରାଯାଇଛି।  ଏଥର  ୭୬ ପ୍ରତିଶତ ଅପେକ୍ଷା ସିଧା ଶତ ପ୍ରତିଶତ ବିକ୍ରି କରାଯିବ। ସେହିପରି ଏୟାର ଇଣ୍ଡିଆ ଉପରେ ଥିବା ୬୨ ହଜାର କୋଟି ଟଙ୍କାର ଋଣକୁ କମାଯାଇ ଏହାକୁ ୨୩ ହଜାର ୨୮୬ କୋଟି  କରାଯାଇଛି। ଏ ପ୍ରସଙ୍ଗରେ ବେସାମରିକ ବିମାନଚଳାଚଳ ମନ୍ତ୍ରୀ କହିଛନ୍ତି ଯଦିଏ ଶତ ପ୍ରତିଶତ ବିକ୍ରି ହେବ କିନ୍ତୁ ନାଁ ବଦଳିବନି।  ସେହି ଏୟାର ଇଣ୍ଡିଆ ନାଁରେ ଏହାର ଚଳାଚଳ ଜାରି ରହିବ।

ସରକାରଙ୍କ ଏଭଳି ନିଷ୍ପତ୍ତିକୁ କିନ୍ତୁ ବିରୋଧୀ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। କଂଗ୍ରେସ କହିଛି ସରକାର ବାୟା ହେଇଗଲେଣି। ଯାହା ପାରୁଛନ୍ତି ସବୁ ବିକି ପକଉଛନ୍ତି। ଏୟାର ଇଣ୍ଡିଆ ବିକିବା ଦେବାଳିଆ ହେବାର ଲକ୍ଷଣ ବୋଲି କଂଗ୍ରେସ ନେତା କପିଲ ସିବ୍ବଲ କହିଛନ୍ତି। ସେପଟେ କଂଗ୍ରେସର ଏଭଳି ଯୁକ୍ତିକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ ପୁରୀ।

ଏଥିସହିତ ଏୟାର ଇଣ୍ଡିଆ ଏକ୍ସପ୍ରେସର ମଧ୍ୟ ଶତପ୍ରତିଶତ ବିକ୍ରି କରାଯିବ। ଆସନ୍ତା ୧୭ ତାରିଖ ବିଡ ଦାଖଲ ଶେଷ ତାରିଖ ହୋଇଥିବା ବେଳେ ୩୧ ତାରିଖ ଦିନ  ବିଡ୍  ବିଜେତାଙ୍କ ଘୋଷଣା କରାଯିବ। ବିମାନ କମ୍ପାନୀ ଲାଗି ସ୍ବେଚ୍ଛାକୃତ ଅବସର ଯୋଜନା(ଭିଆର୍ ଏସ୍ ) ଏବଂ ଋଣ ପୁନର୍ଗଠନ ଯୋଜନାକୁ ମଞ୍ଜୁରୀ ଦିଆଯାଇଛି।