ଏପ୍ରିଲ ୧୪ ପର୍ଯ୍ୟନ୍ତ ଗଡ଼ିବନି ଯାତ୍ରୀବାହୀ ଟ୍ରେନ୍

ଏପ୍ରିଲ ୧୪ ପର୍ଯ୍ୟନ୍ତ ଗଡ଼ିବନି ଯାତ୍ରୀବାହୀ ଟ୍ରେନ୍

ଦେଶ -ବିଦେଶ ବଡ ଖବର

#ଏପ୍ରିଲ_୧୪_ପର୍ଯ୍ୟନ୍ତ_ଗଡ଼ିବନି_ଯାତ୍ରୀବାହୀ_ଟ୍ରେନ୍     ନୂଆଦିଲ୍ଲୀ : କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ସମସ୍ତ ଯାତ୍ରୀବାହୀ ଟ୍ରେନକୁ   ଏପ୍ରିଲ ୧୪ ରାତି ୧୨ଟା ପର୍ଯ୍ୟନ୍ତ ବାତିଲ କରାଯାଇଛି । ଏ ସମୟ ମଧ୍ୟରେ ସମସ୍ତ ମେଲ, ଏକ୍ସପ୍ରେସ ଟ୍ରେନ, ପ୍ରିମିୟମ ଟ୍ରେନ, ପାସେଞ୍ଜର ଟ୍ରେନ ସମେତ କୋଲକାତା ମେଟ୍ରୋ ରେଳପଥର ଟ୍ରେନ ଓ ଉପନଗର ଅଂଚଳରେ ଚଳାଚଳ କରୁଥିବା ଟ୍ରେନ ସେବା ମଧ୍ୟ ବନ୍ଦ ରହିବ । ତେବେ ଜରୁରୀ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିବା ଲାଗି ମାଲବାହୀ ଟ୍ରେନ ଚଳାଚଳ ପୂର୍ବପରି ଜାରି ରହିବ ।

କରୋନା ସଂକ୍ରମଣ ରୋକିବାକୁ  ଭାରତୀୟ ରେଲୱେ ବୋର୍ଡ ଏହି  ନିଷ୍ପତ୍ତି ନେଇଛି । ପୂର୍ବରୁ  ମାର୍ଚ୍ଚ ୩୧ ତାରିଖ ଯାଏଁ ଟ୍ରେନ୍ ଚଳାଚଳ ବନ୍ଦ ରଖିବାକୁ ରବିବାର ବୋର୍ଡର ଏକ ଜରୁରି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ସପ୍ତାହ ଲାଗି ପୂରା ଦେଶରେ ଲକଡାଉନ୍ ଘୋଷଣା ପରେ ଭାରତୀୟ ରେଳ ପକ୍ଷରୁ ଏହି ପରିବର୍ତ୍ତନ କରାଯାଇଛି।