ଋଣ ପ୍ରଦାନ ହାର ବୃଦ୍ଧି ପାଇବ : ଶକ୍ତିକାନ୍ତ ଦାସ

ଦେଶ -ବିଦେଶ ବଡ ଖବର ବାଣିଜ୍ୟ

#ଋଣ_ପ୍ରଦାନ_ହାର_ବୃଦ୍ଧି_ପାଇବ  ନୂଆଦିଲ୍ଲୀ :  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ନୂଆଦିଲ୍ଲୀଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ କେନ୍ଦ୍ରୀୟ ନିର୍ଦ୍ଦେଶକ ବୋର୍ଡ ସହ ବଜେଟ୍‍ ପରବର୍ତ୍ତୀ ବୈଠକରେ ଯୋଗ ଦେଇଥିଲେ। ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଅର୍ଥମନ୍ତ୍ରୀ କହିଛନ୍ତି, କୃଷି କ୍ଷେତ୍ରକୁ ବ୍ୟାଙ୍କଗୁଡ଼ିକ ଦ୍ୱାରା ଦିଆଯାଉଥିବା ଋଣ ଉପରେ ନଜର ରଖାଯାଇଛି।  ତେବେ ବୈଠକରେ ବ୍ୟାଙ୍କ୍‍ଗୁଡ଼ିକର ମିଶ୍ରଣ ପ୍ରସଙ୍ଗ ସ୍ଥାନ ପାଇନଥିବା ସେ କହିଛନ୍ତି। ଏହି ବୈଠକରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଯୋଗ ଦେଇଥିଲେ।

Image @nsitharaman

ରିଜର୍ଭ ବ୍ୟାଙ୍କ୍‍ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଆଗାମୀ ମାସଗୁଡ଼ିକରେ ଋଣ ପ୍ରଦାନ ବୃଦ୍ଧି ପାଇବାର ଆଶା କରାଯାଉଛି। ବଳକା ନଗଦି ମୁଦ୍ରାନୀତିକୁ ସହାୟତା କରୁଥିବା ସେ କହିଛନ୍ତି। ଦେଶରେ ପର୍ଯ୍ୟାପ୍ତ ନଗଦି ଉପଲବ୍ଧ କରାଇବାକୁ ରିଜର୍ଭ ବ୍ୟାଙ୍କ୍‍ ନିଶ୍ଚିତ କରିବ ବୋଲି ସେ କହିଛନ୍ତି। ସୁଧହାର କମ୍‍ କରାଯିବାର ସୁଫଳ ଗ୍ରାହକମାନଙ୍କ ପାଖରେ ପହଞ୍ଚିବାରେ ଯଦିଓ ବିଳମ୍ବ ଘଟୁଛି ତେବେ ଏଥିରେ ଧୀରେ ଧୀରେ ଉନ୍ନତି ପରିଲକ୍ଷିତ ହେଉଛି ଓ ଆଗକୁ ଏଥିରେ ଅଧିକ ଉନ୍ନତି ପରିଲକ୍ଷିତ ହେବାର ଆଶା କରାଯାଉଛି। ରିଜର୍ଭ ବ୍ୟାଙ୍କ୍‍ ଗଭର୍ଣ୍ଣର କହିଛନ୍ତି, ଅର୍ଥନୈତିକ
ସର୍ବେକ୍ଷଣକୁ ଭିତ୍ତି କରି ଆସନ୍ତା ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାର ଶତକଡ଼ା ୬ ଭାଗ ହେବାର ଆକଳନ କରାଯାଇଛି।