ଉତ୍ତେଜନା ଥମିଲା , ଅଢ଼େଇ କିଲୋମିଟର ପଛକୁ ହଟିଲା ଚୀନ ସେନା

ଉତ୍ତେଜନା ଥମିଲା , ଅଢ଼େଇ କିଲୋମିଟର ପଛକୁ ହଟିଲା ଚୀନ ସେନା

ଦେଶ -ବିଦେଶ ବଡ ଖବର

#ଅଢ଼େଇ_କିଲୋମିଟର_ପଛକୁ_ହଟିଲା_ଚୀନ_ସେନା         ନୂଆଦିଲ୍ଲୀ : ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଗତ ମେ ମାସଠାରୁ ଚାଲିଥିବା ମୁହାଁମୁହିଁ ପରିସ୍ଥିତି ଟିକିଏ ଶାନ୍ତ ପଡ଼ିବାର ଲକ୍ଷଣ ଦେଖାଦେଇଛି । ସାମରିକ ଓ କୂଟନୈତିକ ସ୍ତରରେ ବିଭିନ୍ନ ଆଲୋଚନା ପରେ ଶେଷରେ ଚୀନ ଓ ଭାରତ ସେନା ପଛକୁ ଫେରିବା ଆରମ୍ଭ କରିଛନ୍ତି ।

ସୂଚନା ଅନୁସାରେ ଚୀନ ସେନା ବିବାଦୀୟ ଗାଲଓ୍ଵାନ ଅଂଚଳ ଓ ହଟ ସ୍ପ୍ରିଙ୍ଗ ଅଞ୍ଚଳରୁ ପ୍ରାୟ ଅଢେଇ କିଲୋମିଟର ପଛକୁ ଫେରିଯାଇଛି । ଏହା ସହିତ ଭାରତୀୟ ସେନା ମଧ୍ୟ କିଛି ବାଟ ପଛକୁ ଫେରିଯାଇଛି ।

ଉତ୍ତେଜନା ହ୍ରାସ ପାଇଁ ଗତ ଶନିବାରଦିନ ଦୁଇଦେଶର ମିଲିଟାରୀ କମାଣ୍ଡର ସ୍ତରୀୟ କଥାବାର୍ତ୍ତା ଅନୁଷ୍ଠିତ ହୋଇଥିଲା । ଏଥିରେ ଆପୋସ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ଓ ଉତ୍ତେଜନା ହ୍ରାସ ପାଇଁ ଦୁଇପକ୍ଷ ରାଜି ହୋଇଥିଲେ । ଚଳିତ ସପ୍ତାହରେ ଦୁଇ ଦେଶ ମଧ୍ୟରେ ଆଉ ଦୁଇଟି ମିଲିଟାରୀ ସ୍ତରୀୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଏହି ଆଲୋଚନା ଗାଲଓ୍ଵାନ ଅଂଚଳ ଓ ହଟ ସ୍ପ୍ରିଙ୍ଗ ଅଞ୍ଚଳରେ ଅନୁଷ୍ଠିତ ହେବ । ଶନିବାର ହୋଇଥିବା ଆଲୋଚନାଟି ଚୀନ ଅଂଚଳରେ ହୋଇଥିବାବେଳେ ଚଳିତ ସପ୍ତାହରେ ହେବାକୁ ଥିବା ବୈଠକ ଭାରତୀୟ ଅଂଚଳରେ ହେବ ।ଅନ୍ୟପକ୍ଷରେ ପଙ୍ଗଙ୍ଗ ହ୍ରଦ ଅଞ୍ଚଳରେ ଭାରତୀୟ ଓ ଚୀନ ସେନା ଏବେ ବି ମୁହାଁମୁହିଁ ଅବସ୍ଥାରେ ଅଛନ୍ତି ।