ଇସ୍ତାନାବୁଲ ବିମାନବନ୍ଦରରେ ଅବତରଣ ବେଳେ ରନ୍-ୱେରେ ଖସି ଦୁଇଖଣ୍ଡ ହେଲା ବିମାନ: ୩ମୃତ

ଦେଶ -ବିଦେଶ ବଡ ଖବର

ଇସ୍ତାନାବୁଲ : ଏକ ଯାତ୍ରୀବାହୀ ବିମାନ ୧୭୭ ଜଣ ଯାତ୍ରୀଙ୍କୁ ନେଇ ବୁଧବାର ଇସ୍ତାନାବୁଲ ବିମାନବନ୍ଦରରେ ଅବତରଣ କରିବା ବେଳେ ଘଟିଛି ଅଘଟଣ। ରନ-ୱେରେ ସ୍ଲିପ ହୋଇଯିବାରୁ ବିମାନଟି ୨ଖଣ୍ଡ ହୋଇଯାଇଛି। ଫଳରେ ଏଥିରେ ଯାତ୍ରା କରୁଥିବା ୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫୭  ଜଣ ଯାତ୍ରୀ ଆହତ ହୋଇଛନ୍ତି।

ଦୁର୍ଘଟଣାଗ୍ରସ୍ତ ବିମାନଟି ପେଗାସସ୍ ଏୟାରଲାଇନ୍ସର ଓ ଏହା ଏଜିୟନ ଇଜମିରର ସବିହା ଗୋକସେନରୁ ଯାତ୍ରୀଙ୍କୁ ନେଇ ଇସ୍ତାନାବୁଲରେ ଓହ୍ଲାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି। ବର୍ଷା ଯୋଗୁ ବିମାନ ବନ୍ଦରର ରନ-ୱେ ପିଛିଳ ଥିଲା। ଏଣୁ ପାଇଲଟ ବିମାନ ଉପରୁ ନିୟନ୍ତ୍ରଣ ହରାଇବାରୁ ଏହା ରନ-ୱେରୁ ଖସି ଆଗକୁ ଚାଲିଯିବା ସହ ୨ ଖଣ୍ଡ ହୋଇ ଭାଙ୍ଗିଯାଇଥିଲା।

ଦୁର୍ଘଟଣା ପରେ ବିମାନ ଭିତରେ ନିଆଁ ଜଳୁଥିବା ଦେଖାଯାଇଥିଲା। ହେଲେ ଦମକଳ ବିଭାଗ କର୍ମଚାରୀ ନିଆଁକୁ ଆୟତ୍ତ କରିବା ସହ ଦୁର୍ଘଟଣାଗ୍ରସ୍ତ ବିମାନରୁ ଯାତ୍ରୀଙ୍କୁ ସୁରକ୍ଷିତ ବାହାରକୁ ନେଇ ଆସିଥିଲେ। ବିମାନରେ ୬ ଜଣ ଚାଳକ ଦଳ ସଦସ୍ୟ ଥିବା ବେଳେ ବାକି ଯାତ୍ରୀ ଥିଲେ। ଦୁର୍ଘଟଣାଗ୍ରସ୍ତ ବିମାନରୁ ଯାତ୍ରୀ ନିଜକୁ ନିଜେ ବାହାରକୁ ଆସୁଥିବାର ବି ଦେଖାଯାଇଛି।