ଆମେରିକା-ଇରାନ ବିବାଦରେ ଭାରତର ଭୂମିକା

ଦେଶ -ବିଦେଶ ବଡ ଖବର ବିଶେଷ ରାଜନୀତି

ସଂପ୍ରତି ଆମେରିକା ଓ ଇରାନ ମଧ୍ୟରେ ଦେଖାଦେଇଥିବା ବିବାଦୀୟ ସ୍ଥିତି ସମଗ୍ର ବିଶ୍ୱରେ ଏକ ଜଟିଳ ଅବସ୍ଥା ସୃଷ୍ଟି କରିଛି । ଏହି ବିବାଦରେ ଭାରତ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛି । କାରଣ ଭାରତର ଅମେରିକା ସହିତ ଅ ।ର୍ଥିକ ଓ ବାଣିଜ୍ୟିକ ସମ୍ପର୍କ ରହିଥିବା ବେଳେ ସେପଟେ ଇରାନ ସହିତ ପୁରାତନ ସାଂସ୍କୃତିକ, ସାମାଜିକ,ଆର୍ଥିକ ଏବଂ ବାଣିଜ୍ୟିକ ସମ୍ପର୍କ ରହିଛି । ୧୪ ଅଗଷ୍ଟ ୧୯୪୭ ପୂର୍ବପଯର୍ୟନ୍ତ ଇରାନ ଭାରତର ପଡୋଶୀ ଥିଲା । ଇରାନ ସହିତ ଭୂ-ଭାଗ ସମ୍ପର୍କ ବିଚ୍ଛିନ୍ନ ହୋଇଯିବା ପରେ ମଧ୍ୟ ଉଭୟ ରାଷ୍ଟ୍ରର ଲୋକେ ବିମାନ ଓ ସମୁଦ୍ର ମାର୍ଗରେ ପରସ୍ପର ରାଷ୍ଟ୍ରକୁ ଯିବା ଆସିବା କରି ଆସୁଛନ୍ତି । ଏତେ ଗଭୀର ସମ୍ପର୍କ ହୋଇଥିବା କାରଣରୁ ଯେତେବେଳେ ମଧ୍ୟ କୌଣସି ଖରାପ ସମୟ ଉଭୟ ରାଷ୍ଟ୍ର ପାଇଁ ଆସିଥାଏ ସେତେବେଳେ ଉଭୟ ରାଷ୍ଟ୍ର ନିଜର ବନ୍ଧୁତା ନିର୍ବାହ କରିବା ସହିତ କୌଣସି ଶତ୍ରୁର ସାଥୀ ଦେଇନାହାନ୍ତି । ସେ ଭାରତ-ପାକିସ୍ତାନ ଯୁଦ୍ଧ ହେଉ ବା ଅନ୍ୟ ବିବାଦ ।

ଇରାନ ସବୁବେଳେ ଭାରତ ପ୍ରତି ତାର ବନ୍ଧୁତ୍ୱ ଭାବକୁ ଗୁରୁତ୍ୱ ଦେଇଅ ।ସିଛି । ଇରାକ-ଇରାନ ଯୁଦ୍ଧ ସମୟରେ ଏହି କାରଣରୁ ଭାରତ ସମ୍ପୂର୍ଣ୍ଣ ନିରବ ରହିଥିଲା ଏବଂ ସେ ଉଭୟ ରାଷ୍ଟ୍ର ସହିତ ସୁ ସମ୍ପର୍କ କାଏମ ରଖିଥିଲା । କିନ୍ତୁ ଅ ।ମେରିକା ଓ ଇରାନ ମଧ୍ୟରେ ସଂପ୍ରତି ଯୁଦ୍ଧର ଯେଉଁ ପରିସ୍ଥିତି ସୃଷ୍ଟି ହେ ।ଇଛି ସେଥିରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଟାଣିବାକୁ ଉଦ୍ୟମ କରୁଛନ୍ତି । ସେ ଇରାନର ଶୀର୍ଷ ସେନା ଅଫିସର ଜେନେରାଲ କାସିମ୍ ସୁଲେମାନିଙ୍କୁ ଆତଙ୍କବାଦୀ ଘୋଷିତ କରିବା ଲକ୍ଷ୍ୟ ନେଇ ଏହା ମଧ୍ୟ କହିଛି ଯେ, ୧୩ ଅପ୍ରେଲ ୨୦୧୨ରେ ଦିଲ୍ଲୀରେ ଇସ୍ରାଏଲ୍ ଦୂତାବାସର ଜଣେ କର୍ମ•ରୀଙ୍କ ଉପରେ ଆକ୍ରମଣ ପାଇଁ କାସିମ୍ ସୁଲେମାନି ଫ୍ଲାଟଫର୍ମ ତିଆରି କରିଥିଲେ । ଏହି ପ୍ରସଙ୍ଗର ସତ୍ୟ ହେଉଛି ଯେ, କିଛି ଲୋକ ଇରାନର ଜାଲ୍ ପାର୍ସପୋର୍ଟରେ ଭାରତ ଗସ୍ତ କରିଥିଲେ ଓ ଇସ୍ରାଏଲ୍ ଦୂତାବାସର ଏକ କାରରେ ବୋମା ଖଞ୍ଜିଥିଲେ । ଏହା ଯଦିଓ ଘାତକ ନଥିଲା ଏହି ବୋମାବିସ୍ଫୋରଣରେ ଜଣେ ଇସ୍ରାଏଲି କୁଟନୀତିଜ୍ଞ ଓ ଦୁଇଜଣ ବ୍ୟକ୍ତି ଆହତ ହୋଇଥିଲେ । ଏହି ବିସ୍ଫୋରଣ ପାଇଁ ଟ୍ରମ୍ପ ଜେନେରାଲ ସୁଲେମାନିଙ୍କୁ ଦାୟୀ ବୋଲି କହି ଭାରତର ସହାନୁଭୂତି ହାସଲ କରିବା ପାଇଁ ଉଦ୍ୟମ କରିଛନ୍ତି । କିନ୍ତୁ ଆମେ ଏହି କଠୋର ସତ୍ୟର ଅଣଦେଖା କରିପାରିବା ନାହିଁ ଯେ, ମୁମ୍ବାଇ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ପାକିସ୍ତାନ ବଂଶୋଦ୍ଭବ ଆମେରିକୀୟ ନାଗରିକ ଡେଭିଡ୍ କୋଲମେନ୍ ହେଡଲି ଓ ପାକିସ୍ତାନ ଏଜେଣ୍ଟ ତହବୁର ହୁସେନ ରାଣାଙ୍କୁ ଆମେରିକା ଆଜି ପଯର୍ୟନ୍ତ ଭାରତକୁ ଦେଇ ନାହିଁ ।ଏହି ଦୁଇ ଜଣ ହିଁ ଭାରତର ଅପରାଧୀ ।

Image result for kasim sulemani death controversy"

ଜେନେରାଲ୍ କାସିମ୍ ସୁଲେମାନିଙ୍କ କଥା ଯଦି ଦେଖିବା ସମଗ୍ର ବିଶ୍ୱ ଏହାସହିତ ପରିଚିତ ଯେ, ସେ ବିଶ୍ୱର ସବୁଠାରୁ ବିପଜ୍ଜନକ ଆତଙ୍କବାଦୀ ସଂଗଠନ ଆଇଏସ୍ଆଇଏସ୍କୁ ଇରାକ ଓ ସିରିୟାରୁ ବାହାର କରିବାରେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଭାରତବାସୀ ଏହା ମଧ୍ୟ ଭୁଲି ପାରିବେ ନାହିଁ ଯେ, ଇରାକର ତିକରିତ୍ ସହରରେ ୪୭ ଭାରତୀୟ ନର୍ସଙ୍କ ମୁକ୍ତି ଏଥିପାଇଁ ସଫଳ ହୋଇପାରିଲା କାରଣ ଜେନେରାଲ କାସିମ୍ ସୁଲେମାନିଙ୍କ ନେତୃତ୍ୱରେ ଆଇଏସ୍ଆଇଏସ୍ ବିରୋଧୀ ମିଲିସିଆ ତାର ଆତଙ୍କବାଦୀଙ୍କୁ ସେଠାରୁ ବାହାର କରିବା ପାଇଁ ବାଧ୍ୟ କରିଥିଲା । ପ୍ରକୃତରେ ଜେନେରାଲ କାସିମ୍ ସୁଲେମାନି ଓ ଇରାକି ମିଲିସିଆର ନେତା ଅବୁଲ୍ ମେହଦି ଅଲ୍ ମୁହଁଦିସଙ୍କ ନେତୃତ୍ୱରେ ହସଦ ଉଲ୍ ସାବି ନାମକ ସଂଗଠନ ଗଠନ ହୋଇଥିଲା ଯିଏକି ଆଇଏସଆଇଏସକୁ ଇରାକର ସହରରୁ ବିତାଡିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସୁଲେମାନି ଏହି ସଂଗଠନକୁ ଏଥିପାଇଁ ସକ୍ରିୟ କରିଥିଲେ କାରଣ ଆମେରିକା ଇରାକର ଅନେକ ସହର ଉପରେ କବଜା କରିଥିବା ସଂଗଠନଗୁଡିକୁ ହଟାଇବା ବଦଳରେ ସେମାନଙ୍କୁ ସହାୟତା କରୁଥିଲା ।

ଆମେରିକା ଓ ଇରାନର ଶତ୍ରୁତାର ଆରମ୍ଭ ୧୯୫୩ ମସିହାରେ ସେ ସମୟରେ ହୋଇଥିଲା ଯେତେବେଳେ ସେଠାରେ ଡକ୍ଟର ମୁସଦକ ଗଣତାନ୍ତ୍ରିକ ସରକାର ହଟାଇ ରାଜତନ୍ତ୍ରର ଆରମ୍ଭ କରି ଇରାନରେ ସମ୍ରାଟ୍ ଶାସନ କଲା । ଏହି ସରକାରର ବିରୋଧ କରିବା କାରଣରୁ ସେଠାରେ ସିୟାମାନଙ୍କ ସବୁଠାରୁ ବଡ ଧର୍ମଗୁରୁ ଆୟତୁଲ୍ଲା ଖୋମେନୀଙ୍କୁ ୧୯୬୪ ମସିହାରେ ଦେଶ ଛାଡି ପ୍ରଥମେ ତୁର୍କୀ ଓ ପରେ ଇରାକର ପବିତ୍ର ସହର ନଜଫରେ ଶରଣ ନେବାକୁ ପଡିଲା । ସେ ସେହିଠାରୁ ହିଁ ଇରାନର ଯୁବକଙ୍କୁ ରାଜତନ୍ତ୍ର ବିରୁଦ୍ଧରେ ବିଦ୍ରୋହ କରିବା ପାଇଁ ଆହ୍ୱାନ କରିଥିଲେ । ଏହି କାରଣରୁ ତାଙ୍କୁ ୧୯୭୮ରେ ଇରାକରୁ ପଳାୟନ କରିବା ପାଇଁ ବାଧ୍ୟ ହେବାକୁ ପଡିଲା । ସେ ସେଠାରୁ ପ୍ୟାରିସ୍ ଗଲେ ଓ ପ୍ୟାରିସରୁ ହିଁ ଇରାନୀ କ୍ରାନ୍ତିକୁ ଅନ୍ତିମ ରୂପ ଦେଲେ । ଯେହେତୁ ରାଜତନ୍ତ୍ର ଆମେରିକାର କାଠକଣ୍ଢେଇ ଥିଲା ଓ ଅତୀତରେ ଆମେରିକା ଦୂତାବାସ ଇରାନରେ ଗଣତନ୍ତ୍ରକୁ ଶେଷ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।

Image result for kasim sulemani death controversy"

ଏହି କାରଣରୁ ଆମେରିକା ଓ ଇରାନ ମଧ୍ୟରେ ଶତ୍ରୁତା ଦିନକୁ ଦିନ ବଢିଚାଲିଲା । ଏହାର ପରିଣତି ୧୯୭୯ରେ ଆମେରିକା ଦୂତାବାସ ଉପରେ ଇରାନୀୟମାନଙ୍କ ଆକ୍ରମଣ ରୂପରେ ସମ୍ମୁଖକୁ ଆସିଲା । ଯେଉଁଥିରେ ୫୨ଜଣ ଆମେରିକୀୟ କୁଟନୀତଜ୍ଞଙ୍କୁ ୪୦୦ ଦିନ ବନ୍ଧକ ରଖାଗଲା । ଏବେ ଆମେରିକା-ଇରାନ ମଧ୍ୟରେ ଯେଉଁ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି ଏହାର ସବୁଠାରୁ ବଡ କାରଣ ହେଉଛି ଯେ,ଆମେରିକା ଓ ଇସ୍ରାଏଲ୍ ଚାହୁଁଥିଲେ ଯେ, ଆଇଏସ୍ଆଇଏସକୁ ମାରି ହଟାଇଥିବା ହସଦ୍ ଉଦ୍ ସାବିଙ୍କ ସେନାର ଅସ୍ତ୍ର ରଖିଦିଆଯାଉ ଓ ଇରାକରେ ତାଙ୍କର ଭୂମିକା ଶେଷ ହେବ । ଯେହେତୁ ଆମେରିକା ମନେ କରୁଥିଲା ଯେ, ଜେନେରାଲ୍ କାସିମ୍ ସୁଲେମାନି ଓ ମୁହଁଦିସଙ୍କ ଜୀବିତ ଅବସ୍ଥାରେ ଏହା ସମ୍ଭବ ନୁହେଁ ଏହି କାରଣ ଯୋଗୁ ସେ ଉଭୟଙ୍କୁ ଟାର୍ଗେଟ୍ କରିଥିଲା । ଏବେ ସେ ନିଜକୁ ଠିକ୍ ସାବ୍ୟସ୍ତ କରିବା ପାଇଁ ଏହି ଦୁଇଜଣଙ୍କୁ ଆତଙ୍କବାଦୀ କହୁଛି । ଯେତେବେଳେ କି ସେ ହିଁ ବିଶ୍ୱର ସବୁଠାରୁ କଟ୍ଟର ଆତଙ୍କବାଦୀ ଗୋଷ୍ଠୀର ମୂଳୋତ୍ପାଟନରେ ନିର୍ଣ୍ଣାୟ ଭୂମିକା ନିର୍ବାହ କରିଥିଲେ । ସମଗ୍ର ବିଶ୍ୱକୁ ଭୂଆଁ ବୁଲାଇବା ପାଇଁ ଆମେରିକା ଜେନେରାଲ୍ କାସିମ୍ ସୁଲେମାନିଙ୍କ ନାମ ବିଭିନ୍ନ ଆତଙ୍କବାଦୀ ସଂଗଠନ ସହିତ ମଧ୍ୟ ଯୋଡୁଛି । ଆମେରିକା ଭାରତକୁ ମଧ୍ୟ ଏହି ବିବାଦକୁ ଟାଣିବା ପାଇଁ ଯେଉଁ ଉଦ୍ୟମ କରୁଛି ତାହା ମଧ୍ୟ ଏକଚାଲ୍ ।

Image result for kasim sulemani death controversy"

ଧ୍ୟାନ ରହିବା ଉଚିତ ଯେ, ଭାରତ ସରକାର କେବେ ମଧ୍ୟ ଇରାନ କିମ୍ବା ଜେନେରାଲ କାସିମ୍ ସୁଲେମାନିଙ୍କୁ ଭାରତରେ ହୋଇଥିବା କୌଣସି ଆତଙ୍କବାଦୀ ଘଟଣା ନିମନ୍ତେ ଦାୟୀ କରି ନାହିଁ । ଜେନେରାଲ କାସିମ୍ ସୁଲେମାନି ଭାରତର ସେହି ଅଞ୍ଚଳରେ ଗୁରୁତ୍ୱ ବୃଦ୍ଧି କରିବା ପାଇଁ ଚାବହାର ବନ୍ଦର ବିକଶିତ କରିବାରେ ବହୁ ଆଗ୍ରହ ଦେଖାଇଥିଲେ । ଏହି ଆଗ୍ରହର କାରଣ ସେ ଚିନ୍ତା କରୁଥିଲେ ଯେ, ଆଫଗାନିସ୍ଥାନରେ ଭାରତ ଓ ଇରାନକୁ ତାଲିବାନଙ୍କୁ ସମ୍ମୁଖୀନ ହେବାକୁ ପଡିବ । ଯିଏ କି ଉଭୟ ରାଷ୍ଟ୍ରର ଶତ୍ରୁ । ଇରାନ ରାସ୍ତାରେ ହିଁ ଭାରତକୁ ମଧ୍ୟ ଏସିଆର ଅନ୍ୟ ରାଷ୍ଟ୍ର ପଯର୍ୟନ୍ତ ଚାବହାର ମାଧ୍ୟମରେ ପହଞ୍ଚିବା ସହଜ ହେବ ।

ସାଂପ୍ରତିକ ସ୍ଥିତିରେ ଭାରତ ପାଇଁ ଏହା ଉଚିତ ହେବ ଯେ, ସେ ଆମେରିକା-ଇରାନର ଏହି ବିବାଦରେ ନିରବ ରହିବା ଉଚିତ । ଯେ ପର୍ଯ୍ୟନ୍ତ ପାକିସ୍ତାନର କଥା ସେଠାକାର ଜନସାଧାରଣ ମନେ କରୁଛନ୍ତି ଯେ, ଆମେରିକା ଓ ଇରାନ ମଧ୍ୟରେ ସମ୍ଭାବ୍ୟ ଯୁଦ୍ଧରେ ପାକିସ୍ତାନ ସରକାର ଆମେରିକାର ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଜର ସେନାକୁ ଆମେରିକା ସେନାକୁ ପ୍ରଦାନ କରିପାରେ । ହେଲେ ପାକିସ୍ତାନ ସରକାର ସଂସଦରେ କହିଛନ୍ତି ଯେ, ସେ ଏହି ବିବାଦରେ ନିରପେକ୍ଷ ରହିବେ ବୋଲି । କିନ୍ତୁ ସେଠାକାର ଜନତାଙ୍କୁ ନିଜ ସରକାର ଉପରେ ସନ୍ଦେହ ରହିଛି ଓ ସେଥିପାଇଁ ବର୍ତ୍ତମାନଠାରୁ ପାକିସ୍ତାନରେ ଏଭଳି ପ୍ରଦର୍ଶନ ଆରମ୍ଭ ହୋଇଯାଇଛି ଯେଉଁଥିରେ ଲୋକେ ଆମେରିକାର ସହଯୋଗ ନକରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ।