ଆବିଷ୍କାର ହେଲା ପୃଥିବୀ ଭଳି ନୂଆ ଗ୍ରହ

ଆବିଷ୍କାର ହେଲା ପୃଥିବୀ ଭଳି ନୂଆ ଗ୍ରହ

ଦେଶ -ବିଦେଶ ବଡ ଖବର ବିଶେଷ

#ଆବିଷ୍କାର_ହେଲା_ପୃଥିବୀ_ଭଳି_ନୂଆ_ଗ୍ରହ    ନୂଆଦିଲ୍ଲୀ: ଭାରତୀୟ ବୈଜ୍ଞାନିକଙ୍କ ନେତୃତ୍ୱରେ ଏକ ମହାକାଶ ଅନୁସନ୍ଧାନକାରୀ ଦଳ ନୂଆ ଗ୍ରହକୁ ଠାବ କରିଛନ୍ତି | ଏହି ଗ୍ରହରେ ପୃଥିବୀ ଭଳି ଲୋକ କେବଳ ରହିପାରିବେ ନାହିଁ ବରଂ ଏହାର ଆକାର ପୃଥିବୀ ତୁଳନାରେ ଦୁଇଗୁଣ ବୋଲି ଜଣାପଡିଛି | କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀ ଦଳ ଏହି ନୂଆ ଗ୍ରହର ଆକାର ଓ ପରିବେଶ ବାବଦରେ ଅନୁମାନ ଲଗାଇଛନ୍ତି | ଏହି ଗ୍ରହର ନାମ କେ-୨-୧୮ବି ଦିଆଯାଇଥିବାବେଳେ ବୈଜ୍ଞାନିକମାନେ ଅନୁମାନ କରିଛନ୍ତି ଯେ ଏହି ଗ୍ରହରେ କେବଳ ଜୀବନ ବଞ୍ଚିବା ପାଇଁ ବାୟୁ ନାହିଁ ବରଂ ପର୍ଯ୍ୟାପ୍ତ ପରିମାଣର ପାଣି ମଧ୍ୟ ଅଛି |

ଏହି ଗ୍ରହର ବାତାବରଣରେ ହାଇଡ୍ରୋଜେନ ଗ୍ୟାସ ଥିବାରୁ ଜୀବନଧାରଣ ସମ୍ଭବ ବୋଲି ବୈଜ୍ଞାନିକମାନେ କହିଛନ୍ତି | ତେବେ ମଣିଷ ସେଠାକୁ ଯିବାରେ ବଡ ସମସ୍ୟା ହେଉଛି ଏହା ପୃଥିବୀଠାରୁ ୧୨୪ ଆଲୋକ ବର୍ଷ ଦୂରତାରେ ରହିଛି | ଅର୍ଥାତ ଏହା ଆମ ସୌରମଣ୍ଡଳର ନାହିଁ | ବୈଜ୍ଞାନିକଙ୍କ କହିବା କଥା ଏହି ଗ୍ରହର ପରିଧି ପୃଥିବୀଠାରୁ ୨.୬ ଗୁଣ ବଡ |

ଏଠାରେ ସୂଚନା ଥାଉ କି ଏହି ଗ୍ରହର ଅନୁସନ୍ଧାନ କରୁଥିବା ଦଳ ଡାକ୍ତର ନିକକୁ ମଧୁସୂଦନଙ୍କ ଅଧୀନରେ କାର୍ଯ୍ୟ କରୁଛନ୍ତି | ନିକକୁ ଏହି ଦଳର ନେତୃତ୍ୱ ନେଉଥିବାବେଳେ ଗ୍ରହରେ ହାଇଡ୍ରୋଜେନ କେତେ ମାତ୍ରାରେ ରହିଛି ସେ ବାବଦରେ ଅଧିକ ଅନୁସନ୍ଧାନ ଚାଲିଛି |