କେବଳ ୨ଟି ବର୍ଗର ବ୍ୟକ୍ତିମାନଙ୍କର ହେବ ମାଗଣା କରୋନା ପରୀକ୍ଷା

ଆନ୍ଦୋଳନ କରିବାର ଅଧିକାର ଅଛି, କିନ୍ତୁ ରାସ୍ତା ଅବରୋଧ କରାଯାଇପାରିବ ନାହିଁ : ସୁପ୍ରିମକୋର୍ଟ

ଦେଶ -ବିଦେଶ ବଡ ଖବର

#ରାସ୍ତା_ଅବରୋଧ_କରାଯାଇପାରିବ_ନାହିଁ  ନୂଆଦିଲ୍ଲୀ : ଦିଲ୍ଲୀର ସାହିନବାଗରେ ଗତ ପ୍ରାୟ ୭୦ ଦିନ ହେଲା ରାସ୍ତା ବନ୍ଦକରି କରାଯାଉଥିବା ଆନ୍ଦୋଳନ ସଂପର୍କରେ ସୁପ୍ରିମକୋର୍ଟ ବୁଧବାରଦିନ ନିଜ ପୂର୍ବ ମନ୍ତବ୍ୟକୁ ଦୋହରାଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଏକଥା ବାରମ୍ବାର କହିବାର ଆବଶ୍ୟକତା ନାହିଁ ଯେ ଲୋକମାନଙ୍କର ଆନ୍ଦୋଳନ କରିବାର ଅଧିକାର ନାହିଁ । କିନ୍ତୁ ଆନ୍ଦୋଳନ ପାଇଁ ରାସ୍ତା ଅବରୋଧ କରାଯାଇପାରିବ ନାହିଁ ।

ଜଷ୍ଟିସ ସଂଜୟ କିଷନ କୋଲ ଓ ଜଷ୍ଟିସ କେ.ଏମ. ଜୋଷେଫଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏହି ସମସ୍ୟାର ଏକ ନିଆରା ସମାଧାନ ବାହାର କରିବାକୁ କୋର୍ଟ ଉଦ୍ୟମ କରିଥିଲେ । ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା କରିବାକୁ ଦୁଇଜଣ ମଧ୍ୟସ୍ଥି ପଠାଯାଇଥିଲା । କିନ୍ତୁ ଏହାର ଫଳାଫଳ କଣ ବାହାରିବ ତାହା ଜଣାନଥିଲା । ତେବେ ଏହା କୁହାଯାଇପାରିବ ଯେ ଏହି ଅଚଳାବସ୍ଥାର ସମାଧାନ କରିବା ଲାଗି ମଧ୍ୟସ୍ଥିମାନେ ସବୁପ୍ରକାରର ଉଦ୍ୟମ କରିଥିଲେ । ମଧ୍ୟସ୍ଥି ବରିଷ୍ଠ ଆଇନଜୀବି ସଂଜୟ ହେଗଡେ, ସାଧନା ରାମଚନ୍ଦ୍ରନ ନିଜର ରିପୋର୍ଟ ଏକ ବନ୍ଦ ଲଫାପାରେ କୋର୍ଟଙ୍କୁ ପ୍ରଦାନ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିବା ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ ଜଣାଇଥିଲେ ଯେ କୌଣସି ନିଷ୍ପତ୍ତି ବିରୁଦ୍ଧରେ ପ୍ରତିବାଦ, ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ରହିଛି । କିନ୍ତୁ ଆନ୍ଦୋଳନ ଏକ ସଭ୍ୟ ଉପାୟରେ ହେବା ଆବଶ୍ୟକ । ମେହେଟ୍ଟାଙ୍କ ଯୁକ୍ତିକୁ କୋର୍ଟ ଗ୍ରହଣ କରିଥିଲେ । ମାମଲାର ପରବର୍ତ୍ତି ଶୁଣାଣି ମାର୍ଚ୍ଚ ୩ ତାରିଖରେ ହେବ ।