ଆଜିଠୁ ପବିତ୍ର ରମଜାନ୍ ମାସ ଆରମ୍ଭ

ଆଜିଠୁ ପବିତ୍ର ରମଜାନ୍ ମାସ ଆରମ୍ଭ

ଦେଶ -ବିଦେଶ ବଡ ଖବର

#ଆଜିଠୁ_ପବିତ୍ର_ରମଜାନ୍_ମାସ_ଆରମ୍ଭ        ନୂଆଦିଲ୍ଲୀ  :  ଶନିବାର ଠାରୁ  ପବିତ୍ର ରମଜାନ୍ ମାସ ଆରମ୍ଭ ହେଉଛି । ଶୁକ୍ରବାର ଚାନ୍ଦ ଦର୍ଶନ ପରେ ମାସ ବ୍ୟାପୀ ପାଳିତ ହେବାକୁ ଥିବା ରମଜାନ୍ ପର୍ବ  ଆରମ୍ଭ ହେବ ବୋଲି  ସାହି ଇମାମ୍ ଘୋଷଣା କରିଛନ୍ତି ।ମୁସଲମାନ ଧର୍ମାବଲମ୍ବୀଙ୍କ ପକ୍ଷରୁ ରମଜାନ୍ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି  ଆରମ୍ଭ ହୋଇଛି । ଉଲ୍ଲେଖଯୋଗ୍ୟ, ରମଜାନ୍ ମାସକୁ ମୁସଲମାନମାନେ ଅତ୍ୟନ୍ତ ପବିତ୍ର ମାସ ବିବେଚନା କରି ମାସ ବ୍ୟାପି ଦିନ ତମାମ ଉପବାସ କରିଥାନ୍ତି।

ହେଲେ କରୋନା ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ସରକାର ସମଗ୍ର ଦେଶରେ ଲକଡାଉନ ଲାଗୁ କରିବା ସହ ସାମାଜିକ ଦୂରତ୍ୱ ଅବଲମ୍ବନ କରିବାକୁ କହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସାମୂହିକ ପ୍ରାର୍ଥନା ଓ ସାମୂହିକ ଇଫତାର ପାର୍ଟି ଉପରେ ରୋକ ଲଗାଯାଇଛି ଏବଂ ରମଜାନ୍ ପାଳନ ଅବସରରେ ମସଜିଦକୁ ନ ଯାଇ ନିଜ ଘର ମଧ୍ୟରେ ରହି ନମାଜ ପାଠ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଟୁଇଟ କରି ଦେଶର ମୁସଲମାନ ଭାଇଭଉଣୀମାନଙ୍କୁ ରମଜାନର ଶୁଭେଚ୍ଛା ଜଣାଇଛନ୍ତି ।