ଆଜିଠାରୁ ପୁଣି ଥରେ ଦୂରଦର୍ଶନରେ ପ୍ରସାରିତ ହେବ ରାମାୟଣ

ଆଜିଠାରୁ ପୁଣି ଥରେ ଦୂରଦର୍ଶନରେ ପ୍ରସାରିତ ହେବ ରାମାୟଣ

ଦେଶ -ବିଦେଶ ବଡ ଖବର ମନୋରଞ୍ଜନ

 #ପୁଣି_ଥରେ_ଦୂରଦର୍ଶନରେ_ପ୍ରସାରିତ_ହେବ_ରାମାୟଣ   ନୂଆଦିଲ୍ଲୀ : ପୁଣି ଥରେ ରାମାୟଣ ଦୂରଦର୍ଶନରେ ପ୍ରସାରିତ କରିବାକୁ ଜନସାଧାରଣଙ୍କ ଦାବି ପରେ ସରକାର ଏହି ଧାରାବାହିକକୁ ପ୍ରସାରଣ କରିବାକୁ ନିଷ୍ପତି ଗ୍ରହଣ କରିଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
ଜାବଡେକର ଟୁଇଟ କରି କହିଛନ୍ତି ଯେ “ଜନସାଧାରଣଙ୍କ ଦାବି ଅନୁସାରେ ଶନିବାର (୨୮ ମାର୍ଚ )ରୁ ରାମାୟଣର ପୁନଃ ପ୍ରସାରଣ ଦୂରଦର୍ଶନର ନ୍ୟାସନାଲ ଚାନେଲରେ ହେବ । ଏହାର ପ୍ରଥମ ଏପିସୋଡ ସକାଳ ୯ଟାରେ ଓ ଦ୍ୱିତୀୟ ଏପିସୋଡ ରାତି ୯ଟାରେ ହେବ ।