ଆଉ ଏକ ରହସ୍ୟମୟ ଭାଇରସ୍‌ ୟାରା !

ଦେଶ -ବିଦେଶ ବଡ ଖବର

#ଆଉ_ଏକ_ରହସ୍ୟମୟ_ଭାଇରସ_ୟାରା  ନୂଆଦିଲ୍ଲୀ: ଚୀନ୍‌ରେ ମାରାତ୍ମକ କରୋନାଭାଇରସ୍‌ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରଶାସନ ଏହାକୁ ଆୟତ୍ତକୁ ଆଣିବା ପାଇଁ ଚେଷ୍ଟା ଜାରି ରଖିଛି କିନ୍ତୁ ରୋକିବାରେ ବିଫଳ ହୋଇଛି।  କରୋନାଭାଇରସ୍‌ର ଭୟ ଲୋକଙ୍କ ମନରେ ଥିବା ବେଳେ ଏବେ ଆଉ ଏକ ରହସ୍ୟମୟ ଭାଇରସ୍‌ ପ୍ରଥମ ଥର ସାମ୍ନାକୁ ଆସିଥିବା ବୈଜ୍ଞାନିକମାନେ କହିଛନ୍ତି। ଏହି ଭାଇରସ୍‌ର ନାମ ୟାରା ଭାଇରସ୍ ( Yaravirus) ରଖାଯାଇଛି ।ବ୍ରାଜିଲର ବୈଜ୍ଞାନିକମାନେ ଏହି ଭାଇରସ୍‌କୁ ଆବିଷ୍କାର କରି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କାରଣ ୟାରା ଭାଇରସର ୯୦ ପ୍ରତିଶତ ଜିନ୍‌ ପୂର୍ବରୁ ଦେଖାଯାଇ ନ ଥିଲା । କେବଳ ଏତିକି ନୁହେଁ, ଏହା ଅନ୍ୟ କୌଣସି ଭାଇରସ୍‌ ସହ କୌଣସି ସାମଞ୍ଜସ୍ୟ ରଖି ନଥିବା ବି ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି।

कोरोना ले चुका 1100 की जान, अब सामने आया एक और रहस्यमय वायरस

ରିପୋର୍ଟ ଅନୁସାରେ ୨୦୨୦ ଜାନୁଆରିରେ ଏହି ଭାଇରସର ସଂପର୍କରେ ପ୍ରଥମେ ସୂଚନା ସଂଗୃହୀତ  ହୋଇଥିଲା । ଆକସ୍ମିକ ଭାବେ ବ୍ରାଜିଲର ଏକ କୃତ୍ରିମ ଝରଣାରେ ବୈଜ୍ଞାନିକମାନେ ୟାରା ଭାଇରସ୍ ଦେଖିବାକୁ ପାଇଥିଲେ। । ଏହି ଭାଇରସ୍‌ରେ ମୋଟ୍‌ ୭୪ ପ୍ରତିଶତ ଜିନ୍‌ ମିଶ୍ରିତ। ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସୂଚନା ମୁତାବକ, ମନୁଷ୍ୟମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ। ମଣିଷ ଏହାଦ୍ଵାରା ସଂକ୍ରମିତ ହେବେ ନାହିଁ । ତେଣୁ ଭୟ କରିବାର କିଛି କାରଣ ନାହିଁ ବୋଲି ବ୍ରାଜିଲର ଫେଡରାଲ ବିଶ୍ୱବିଦ୍ୟାଳୟର ଗବେଷକ ମିନାସ ଗେରାଇସ୍‌ ସୂଚନା ଦେଇଛନ୍ତି।