ଅଭିନେତ୍ରୀ ପୂଜା ହେଗଡେଙ୍କୁ ଭେଟିବା ପାଇଁ ୫ଦିନ ରାସ୍ତା କଡ଼ରେ ଶୋଇଲେ ପ୍ରଶଂସକ

ଦେଶ -ବିଦେଶ ବଡ ଖବର ମନୋରଞ୍ଜନ

ମୁମ୍ବାଇ :  ଅନ୍ୟ ବଲିଉଡ୍ ଅଭିନେତ୍ରୀ ମାନଙ୍କ ଭଳି ପୂଜା ହେଗଡେଙ୍କର ଅଧିକ ପ୍ରଶଂସକ ନଥିଲେ ମଧ୍ୟ ଧିରେ ଧିରେ ସେ ନିଜର ପ୍ରଶଂସକଙ୍କ ସଂଖ୍ୟା ବଢ଼ାଇବାରେ ଲାଗିଛନ୍ତି। ‌ଶେଷ ଥର ପାଇଁ ବଲିଉଡ୍ ଫିଲ୍ମ ହାଉସଫୁଲ୍-୪ରେ ପୂଜା ନଜର ଆସିଥିବା ବେଳେ ଏବେ ନିଜର ଜଣେ ପ୍ରଶଂସକଙ୍କ କାମ ପାଇଁ ଚର୍ଚ୍ଚାରେ ରହିଛନ୍ତି। ପୂଜାଙ୍କ ଗୋଟେ ଝଲକ ଦେଖିବା ପାଇଁ ଜଣେ ଯୁବକ ୫ଦିନ ରାସ୍ତା କଡ଼ରେ ବିତାଇବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

ପ୍ରଶଂସକଙ୍କ ସହ ପୂଜା ଏକ ଭିଡିଓ ନିଜର ଇନଷ୍ଟା ଆକାଉଣ୍ଟରେ ସେୟାର କରିବା ପ‌ରେ ଖବରଟି ସାମ୍ନାକୁ ଆସିଛି। ଭିଡିଓରେ ଦେଖାଯାଇଛି କି, ଜଣେ ଯୁବକ ପୂଜାଙ୍କୁ ତାଙ୍କର ବଡ଼ ପ୍ରଶଂସକ ବୋଲି କହିବା ସହ ଗୋଟେ ଝଲକ ପାଇବା ପାଇଁ ୫ଦିନ ରାସ୍ତା କଡ଼ରେ ଶୋଇଥିବା କହୁଛନ୍ତି। ଏହା ଶୁଣି ପୂଜା ନିଜ ଇନଷ୍ଟା ମେସେଜ କଥା କହିବା ସହ ମୁଁ ଆପଣଙ୍କ ମେସେଜ ପଢ଼ିଛି‌। ଆପଣ ମୋତେ ଲଗାତାର ମେସେଜ କରୁଥିଲେ। ଏବେ ଆପଣ ଦୟାକରି ଘରକୁ ଯାଆନ୍ତୁ। ଏତେ ଭଳପାଇବା ଦେବା ପାଇଁ ଧନ୍ୟବାଦ୍ ।

 

ଭିଡିଓ ସେୟାର କରି ପୂଜା ଲେଖିଛନ୍ତି କି, ଭାସ୍କର ରାଓ,  ମୁମ୍ବାଇ ଆସି ମୋ ପାଇଁ ୫ଦିନ ଅପେକ୍ଷା କରିବା ପାଇଁ ଧନ୍ୟବାଦ। ଏହା ଦେଖି ମୁଁ ବେଶ ପ୍ରଭାବିତ। କିନ୍ତୁ ମୋର ପ୍ରଶଂସକ ମେ‌ାତେ ଦେଖା କରିବା ପାଇଁ ଏଭଳି ଆସି ରାସ୍ତା କଡ଼ରେ ଶୁଅନ୍ତୁ, ତାହା ମୁଁ ଚାହେ ନାହିଁ। ଆପଣ ସମସ୍ତେ ମୋତେ ଆଗକୁ ବଢ଼ିବାର ସାହାସ ଦେଉଛନ୍ତି। ମୋତେ ଏତେ ଭଲପାଇବା ଦେଇଥିବାରୁ ଅଶେଷ ଅ‌ଶେଷ ଧନ୍ୟବାଦ।