ସ୍ୱାସ୍ଥ୍ୟ ଓ ମୋଟରଯାନ ତୃତୀୟ ପକ୍ଷ ବୀମା ପ୍ରିମିୟମ ଦେୟ ମିଆଦ ମେ ୧୫ ଯାଏ ବଢିଲା

ଅନ୍ୟ ବ୍ୟାଙ୍କ ଏଟିଏମ୍‌ରୁ ଟଙ୍କା ଉଠାଇଲେ ଲାଗିବନି ଫାଇନ୍‌

ଦେଶ -ବିଦେଶ ବଡ ଖବର ବାଣିଜ୍ୟ

#ଅନ୍ୟ_ବ୍ୟାଙ୍କ_ଏଟିଏମ୍‌ରୁ_ଟଙ୍କା_ଉଠାଇଲେ_ଲାଗିବନି_ଫାଇନ୍‌      ନୂଆଦିଲ୍ଲୀ :  କରୋନା ତାର କାୟା ବିସ୍ତାର କରିଚାଲିଛି।  କରୋନା ମୁକାବିଲା କରିବା​‌ ସମଗ୍ର ଦେଶକୁ ଲକ୍ ଡାଉନ୍ ଘୋଷଣା କରାଯାଇଛି। ସରକାର ଲୋକମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ବିଭିନ୍ନ  ପଦକ୍ଷେପ ମାନ ନେଉଛନ୍ତି। ଲକ୍ ଡାଉନ୍ ସମୟରେ କିପରି ଲୋକମାନେ କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ  କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏକ ବଡ ଘୋଷଣା କରିଛନ୍ତି । ଏଣିକି ଅନ୍ୟ ବ୍ୟାଙ୍କର ଏଟିଏମ୍‌ରୁ ଟଙ୍କା ଉଠାଇଲେ ଏଥିପାଇଁ ଗ୍ରାହକଙ୍କୁ କୌଣସି ଅର୍ଥ ଦେବାକୁ ପଡିବନି , ଡେବିଟ୍‌ କାର୍ଡଧାରୀମାନେ ମଧ୍ୟ ଯେକୌଣସି ବ୍ୟାଙ୍କ ଏଟିଏମ୍‌ରୁ ବିନା ଶୁଳ୍କରେ ଟଙ୍କା ଉଠାଇପାରିବେ। ଏହି ନିୟମ ଅନୁସାରେ ଗ୍ରାହକମାନେ ଯେକୌଣସି ଏଟିଏମରୁ ଅସିମିତ ଥର ଟଙ୍କା ଉଠାଣ କରିପାରିବେ। ଏହି ନିୟମ ଆଗାମୀ ୩ ମାସ ପର୍ଯ୍ୟନ୍ତ ଲାଗୁ ରହିବା ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଏଥିସହ ବର୍ତ୍ତମାନ ବ୍ୟାଙ୍କ ଆକାଉଣ୍ଟରେ ମିନିମମ୍‌ ବାଲାନ୍ସ ମେଣ୍ଟେନ୍‌ କରିବା ପାଇଁ ପଡ଼ିବନି। କରୋନା ପାଇଁ ଉପୁଜିଥିବା ସ୍ଥିତିର ମୁକାବିଲା କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଏପରି ଘୋଷଣା କରିଛନ୍ତି।