ନୂଆଦିଲ୍ଲୀ: ବାୟୁସେନାକୁ ମିଳିଲା ନୂଆ ଶକ୍ତି। ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା। ଭାରତୀୟ ସେନାର ଶକ୍ତି ଆଗରେ ହାର ମାନିବେ ଶତ୍ରୁ ଦେଶ। ଅନୁପ୍ରବେଶ ଉଦ୍ୟମ କରିବା ପୂର୍ବରୁ ହଜାରେ ଥର ଚିନ୍ତା କିରବେ ନିଶ୍ଚୟ। ଖୁବ ଶୀଘ୍ର ଭାରତୀୟ ବାୟୁସେନାକୁ ମିଳିବ ଏକ ରୋବୋର୍ଟ। ବମ୍ ନିଷ୍କ୍ରିୟ କରିବା ସମୟରେ ଆଉ କୌଣସି ଯବାନ ପ୍ରାଣ ହରାଇବେନି। ୧୦୦୦ କିଲୋଗ୍ରାମ ବମକୁ ନିଷ୍କ୍ରିୟ କରିବାରେ ସକ୍ଷମ ହେବ ଏହି ରୋବୋର୍ଟ।
ଫେବ୍ରୁଆରି ୨୦୧୯ ବାଲାକୋଟ ଏୟାରଷ୍ଟ୍ରାଇକ୍ ସମୟରେ ଯେଉଁଭଳି ପରିସ୍ଥିତି ଉପୁଜିଥିଲା, ସେପରି ପରିସ୍ଥିତି ଉପୁଜିବ ନାହିଁ। ବାଲାକୋଟ ଆକ୍ରମଣ ପରେ ପାକିସ୍ତାନ ବାୟୁସନା ଭାରତକୁ ଲକ୍ଷ୍ୟ କରି ଲଗାତାର ବମ୍ ନିକ୍ଷେପ କରିଥିଲା। କିନ୍ତୁ ଏବେ ଏଭଳି ପରିସ୍ଥିତିରେ ରୋବୋର୍ଟ କରିବ ସାହାଯ୍ୟ।