ନାଗପୁର: ଦିଲ୍ଲୀରେ ଯେଉଁଭଳି ନିର୍ଭୟାଙ୍କ ସହ ଗଣଦୁଷ୍କର୍ମ କରିବା ପରେ ତାଙ୍କ ଗୁପ୍ତାଙ୍ଗରେ ଦୁର୍ବୃତ୍ତମାନେ ଲୁହା ରଡ ପୂରାଇ ନିର୍ଯାତନା ଦେଇଥିଲେ ଏବେ ମହାରାଷ୍ଟ୍ରରେ ଏହାର ପୁନରାବୃତ୍ତି ହୋଇଛି।ମହାରାଷ୍ଟ୍ରର ନାଗପୁରଠାରେ ଜଣେ ୧୯ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କ ଗୁପ୍ତାଙ୍ଗରେ ଲୁହା ରଡ଼ ଭର୍ତ୍ତି କରି ଦିଆଯାଇଥିବା ନେଇ ଥାନାରେ ପୀଡିତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।ଏହି ଅଭିଯୋଗକୁ କେନ୍ଦ୍ର କରି ଅଭିଯୁକ୍ତକୁ ଗିରଫ କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି। ଗିରଫ ଅଭିଯୁକ୍ତ ନାମ ଯୋଗୀଲାଲ ରାହଙ୍ଗଡାଲେ (୫୨)। ସେ ଏକ ଚର୍ଖା ମିଲ୍ରେ ସୁପରଭାଇଜର ଭାବେ କରୁଥିବା ଜଣାପଡ଼ିଛି।
ଭାଇ ଆସିବା ପରେ ଯୁବତୀ କାନ୍ଦିକାନ୍ଦି ନିଜ ସହିତ ଘଟିଥିବା ଏହି ଦୁଷ୍କର୍ମ ଘଟଣା ବିଷୟରେ ଜଣାଇଥିଲେ । ଯୁବତୀଙ୍କ ଭାଇ ଏ ନେଇ ପୁଲିସରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ଶେଷରେ ଏହି ଟିମ୍ ଅଭିଯୁକ୍ତକୁ କାବୁ କରିଥିଲା।