ଆତ୍ମ ନିର୍ଭରଶୀଳ ହେବାକୁ କରେନା ଆମପାଇଁ ସୁଯୋଗ ଆଣିଛି

ଆତ୍ମ ନିର୍ଭରଶୀଳ ହେବାକୁ କରେନା ଆମପାଇଁ ସୁଯୋଗ ଆଣିଛି

ଦେଶ -ବିଦେଶ ବଡ ଖବର

#ଆତ୍ମ_ନିର୍ଭରଶୀଳ_ହେବାକୁ_କରେନା_ଆମପାଇଁ_ସୁଯୋଗ_ଆଣିଛି         ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ ଯୋଗୁ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ପ୍ରକୃତ ପକ୍ଷେ କରୋନା ମହାମାରୀ ଭାରତ ଲାଗି ଏକ ନୂଆ ସୁଯୋଗ ଆଣିଦେଇଛି। ସାମ୍ପ୍ରତିକ ମହାମାରୀ ସମୟ ଭାରତ ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସଙ୍କଟଜନକ ସମୟରେ ଭାରତ ଆତ୍ମନିର୍ଭର ହେବା ପାଇଁ ପ୍ରକୃଷ୍ଟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କହିଛନ୍ତି। କୋଲକାତାରେ ହେଉଥିବା ଆଇସିସି(ଇଣ୍ଡିଆନ୍‌ ଚାମ୍ବରର୍ସ ଅଫ୍‌ କମର୍ସ)ର ୯୫ତମ ବାର୍ଷିକ ସମ୍ମିଳନୀରେ ଭିଡ଼ିଓ କନଫରେନ୍ସିଂରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଏଭଳି କହିଛନ୍ତି।

ଅଧିବେଶନରେ ଉଦ୍‌ଘାଟନୀ ଭାଷଣ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ସମଗ୍ର ଦେଶ କୋଭିଡ୍-୧୯ ବିପକ୍ଷରେ ସଂଗ୍ରାମ ଚଳାଇଥିବା ସହ ଏକାଧିକ ଆହ୍ବାନ ମୁକାବିଲା କରୁଥିବା ବେଳେ ଏହି ଅବସର ଆସିଛି। ଏହି ସଙ୍କଟକୁ ସୁଯୋଗରେ ପରିଣତ କରିବାକୁ ଦେଶର ସମସ୍ତ ନାଗରିକ ପ୍ରତିଜ୍ଞାବଦ୍ଧ। ଆମେ ଏହି ସଙ୍କଟକୁ ଦେଶର ପ୍ରମୁଖ ପରିବର୍ତ୍ତନର ପ୍ରବର୍ତ୍ତକ କରିବା। ସେ ପରିବର୍ତ୍ତନଟି କ’ଣ? ତାହା ହେଉଛି ‘ଆତ୍ମନିର୍ଭର ଭାରତ’।ପ୍ରଧାନମନ୍ତ୍ରୀ କହିଲେ, ସମଗ୍ର ବିଶ୍ବ ‌କୋଭିଡ୍-୧୯ ବିପକ୍ଷରେ ଲଢୁଛି। ଭାରତ ବି ଲଢୁଛି। ଏହି ସଙ୍କଟଜନକ ସମୟ‌ରେ ଅନ୍ୟାନ୍ୟ ପ୍ରତିକୂଳ ପରିସ୍ଥିତି ବି ଦେଖାଦେଉଛି।ଗତ କେତେ ମାସ‌ ହେବ ଦେଶର କେତେକ ଭାଗରେ ପଙ୍ଗପାଳ ଆକ୍ରମଣ ଠାରୁ ଆରମ୍ଭ କରି ଭୂମିକମ୍ପ ଏବଂ ବାତ୍ୟା ମଧ୍ୟ ସଘଂଠିତ ହୋଇଛି। କରୋନାଭାଇରସ୍ ସଙ୍କଟ କାଳରେ ଦେଶ ଅନେକ ଆହ୍ବାନର ସମ୍ମୁଖୀନ ହୋଇଛି। ଏହି ଆହ୍ବାନର ସହ୍ୟ କରିବାକୁ ଆମେ ଏକଜୁଟ ହୋଇଛନ୍ତି। ଅର୍ଥାତ୍ କେବଳ ଆମର ଦୃଢ଼ ନିଷ୍ପତ୍ତି ଏବଂ ବଦ୍ଧପରିକରତା ହିଁ ଆମ ଭବିଷ୍ୟତ ନିର୍ଦ୍ଧାରଣ କରିପାରିବ।

ପ୍ରଧାନମନ୍ତ୍ରୀ କହିଥିଲେଯେ ବର୍ତ୍ତମାନ ସମୟରେ ସ୍ବଦେଶୀ ଉତ୍ପାଦ ବ୍ୟବହାର ଉପରେ ଜୋର୍‌ ଦେବା ସହିତ ବିଦେଶକୁ ମଧ୍ୟ ଏସବୁ ଉତ୍ପାଦ ରପ୍ତାନୀ ପାଇଁ ଭାରତୀୟ ଶିଳ୍ପଜଗତ ପ୍ରୟାସ କରିବା ଆବଶ୍ୟକ। ଇଛାଶକ୍ତି ଦ୍ୱାରା ସବୁ କାର୍ଯ୍ୟ ସହଜ ହୋଇଥାଏ। ପ୍ରଥମରୁ ହାର ମାନି ନେଲେ ଅବସର ଆମକୁ ଦୃଷ୍ଟି ଗୋଚର ହୋଇ ନ ଥାଏ। ତେଣୁ ଭାରତୀୟ ଶିଳ୍ପଜଗତ ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରି ସ୍ବଦେଶୀ ଉତ୍ପାଦର ଜଗତୀକରଣ ଲାଗି ଉଦ୍ୟମ କରିବା ବର୍ତ୍ତମାନ ସମୟରେ ଅପରିହାର୍ଯ୍ୟ ବୋଲି ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି।