ନୂଆଦିଲ୍ଲୀ : ଦିଲ୍ଲୀଠାରେ ଅବସ୍ଥାପିତ ଓଡ଼ିଶା ଆଇଏଏସ୍ ଅଧିକାରୀ ଡ.ଅରବିନ୍ଦ ପାଢ଼ୀ କେନ୍ଦ୍ର ସରକାରଙ୍କ ‘ପୋଷଣ ଅଭିଯାନ’ ପରିପ୍ରେକ୍ଷୀରେ ଗଠିତ କୃଷି-ପୋଷଣ ସଂକ୍ରାନ୍ତୀୟ ଜାତୀୟ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି।
ଦେଶ ଏବେ କୁପୋଷଣ ମୁକ୍ତ ପଥରେ ଅଗ୍ରସର ହେଉଛି। ଏକ ପୁଷ୍ଟି-ଯୁକ୍ତ କୃଷି ଓ ସ୍ଥାୟୀ ଖାଦ୍ୟ ବ୍ୟବସ୍ଥା ଏଥିରେ ସହାୟକ ହୋଇପାରିବ। ଏଥିପାଇଁ ଏହି ଜାତୀୟ ଉପଦେଷ୍ଟା କମିଟିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ଏହି କମିଟିରେ ସାମିଲ୍ ହୋଇଥିବା ହେତୁ ସେ ଗୌରବାନ୍ବିତ ଅନୁଭବ କରୁଛନ୍ତି ବୋଲି ଡ.ପାଢ଼ୀ ପ୍ରତିକ୍ରିୟାରେ କହିଛନ୍ତି।