ହାତଗଣ୍ଠି ପଡ଼ିବା ପୂର୍ବରୁ ବରକୁ ଉଠାଇ ନେଲା ପୁଲିସ

ହାତଗଣ୍ଠି ପଡ଼ିବା ପୂର୍ବରୁ ବରକୁ ଉଠାଇ ନେଲା ପୁଲିସ

crime ଅପରାଧ ଓଡିଶା ମହାନଗର

#ହାତଗଣ୍ଠି_ପଡ଼ିବା_ପୂର୍ବରୁ_ବରକୁ_ଉଠାଇ_ନେଲା_ପୁଲିସ    କଟକ : ବାହାଘର ପାଇଁ ବେଦୀ ରେଡି। ପୂରୋହିତ ବି ମନ୍ତ୍ର ଉଚ୍ଚାରଣ ଆରମ୍ଭ କରିଥିଲେ। ଜନ୍ମ ଜନ୍ମର ସାଥୀ ହେବା ପାଇଁ କେବଳ ଅପେକ୍ଷା ଥିଲା ହାତଗଣ୍ଠି ପଡିବାକୁ। ହଠାତ ସବୁକିଛି ଠପ୍‌ ହୋଇଗଲା। ଆଉ ବେଦୀରୁ ବରକୁ ଉଠାଇ ନେଲା ପୁଲିସ। ଆଜି ଏପରି ଘଟଣା କଟକରେ ଘଟିଛି। ଅଭିଯୋଗ ହେଉଛି, ପ୍ରଥମ ସ୍ତ୍ରୀକୁ ଛାଡ଼ପତ୍ର ନଦେଇ ଦ୍ୱିତୀୟ ବିବାହ କରୁଥିବାରୁ ବରକୁ ପୁଲିସ ଉଠାଇ ନେଇଛି।

ମହାନଦୀ ବିହାର ଅଞ୍ଚଳର ପ୍ରିୟ ରଞ୍ଜନ ପତି। ସେ ୨୦୧୭ ମସିହାରେ ବିବାହ କରିଥିଲେ। ଏହା ସତ୍ତ୍ୱେ ୪୨ ମୌଜାର ଜଣେ ଯୁବତୀଙ୍କୁ ସେ ଆଜି ବିବାହ କରୁଥିଲେ। ପ୍ରିୟ ରଞ୍ଜନ ବରବେଶରେ ସଜେଇ ହୋଇ ବାଣ ଓ ରୋଷଣୀରେ ଯାଇଥିଲେ। ସାଙ୍ଗରେ ଥିଲେ ବନ୍ଧୁ, ବାନ୍ଧବ ଓ ପ୍ରିୟଜନ। ଡିଜେ ସହିତ ପ୍ରସେଶନ୍‌ରେ ରାସ୍ତା ଫାଟି ପଡିଥିଲା। ବର ଯାଇ ପହଞ୍ଚିଲେ ତୁଳସୀପୁର କଲ୍ୟାଣମଣ୍ଡପରେ। ସେଠାରେ ବାହାଘର ଆରମ୍ଭ ହୋଇଥିଲା। ଆଉ ଅତିଥିମାନେ ଖାଇବା ପିଇବାରେ ମଜି ଯାଇଥିଲେ। ହେଲେ ହାତଗଣ୍ଠି ପଡିବା ଆଗରୁ କମିଶନରେଟ୍‌ ପୁଲିସ ବରକୁ ଉଠାଇ ନେଇଛି। ପ୍ରଥମ ସ୍ତ୍ରୀକୁ ଛାଡ଼ପତ୍ର ନଦେଇ ଦ୍ୱିତୀୟ ବିବାହ କରିଥିବାରୁ ବୟାଳୀଶ ମୌଜା ପୁଲିସ ତାଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି।