#ଘରେ_ପଶି_୧୦୦_ଗ୍ରାମ_ସୁନା,_ବିଦେଶୀ_ମୁଦ୍ରା_ସହ_୭_ଲକ୍ଷ_ଟଙ୍କା_ଲୁଟ ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ରାତି ବଡ଼ ଧରଣର ଡକାୟତି ଅଭିଯୋଗ ହୋଇଛି। ନନ୍ଦନକାନନ ଥନା ଅନ୍ତର୍ଗତ ରଘୁନାଥପୁରସ୍ଥିତ ସିଏସ୍ଏସ୍ ହୋମସ୍ ଆପାର୍ଟମେଂଟରେ ଏହି ଡକାୟତି ହୋଇଥିବା ଜଣାଯାଇଛି। ଦୁର୍ବୃତ୍ତମାନେ ମଧ୍ୟ ରାତ୍ରିରେ ଘରେ ପଶି ୧୦୦ ଗ୍ରାମର ସୁନା ଅଳଙ୍କାର, ପ୍ରାୟ ଅଧକିଲୋ ରୂପା ଗହଣା, ପ୍ରାୟ ୭ ଲଷ ଟଙ୍କା, ବିଦେଶୀ ମୁଦ୍ରା ଲୁଟ କରିଥିବା ନନ୍ଦନକାନନ ଥାନାରେ ଅଭିଯୋଗ ହେବା ପରେ ପୁଲିସର ଛାନ୍ଭିନ୍ ଆରମ୍ଭ କରିଥିବା ଜଣାଯାଇଛି।
ଅଭିଯୋଗ ଅନୁସାରେ ମୋହନ ପ୍ରସାଦଙ୍କ ଝିଅ ଅଷ୍ଟ୍ରେଲିଆର ରହୁଛନ୍ତି। ବାପାଙ୍କ ପାଖକୁ ମଝିରେ ମଝିରେ ଅଷ୍ଟ୍ରେଲିଆ ମୁଦ୍ରା ପଠାଇଥାନ୍ତି। ଚୋରି ହୋଇଥିବା ଅଷ୍ଟ୍ରେଲିଆ ମୁଦ୍ରା ଭାରତୀୟ ମୁଦ୍ରା ହିସାବରେ ୫୦ ହଜାର ଟଙ୍କା ହେବ ବୋଲି ଶ୍ରୀ ଠାକୁର ଅଭିଯୋଗ କରିଛନ୍ତି।