ମାର୍ଚ୍ଚରୁ ଶୁଭାରମ୍ଭ କରିବ ରାମାୟଣ ସର୍କିଟ୍ ଟ୍ରେନ୍

#ମାର୍ଚ୍ଚରୁ_ଶୁଭାରମ୍ଭ_କରିବ_ରାମାୟଣ_ସର୍କିଟ୍_ଟ୍ରେନ୍   ନୂଆଦିଲ୍ଲୀ: ରେଳବାଇ ପକ୍ଷରୁ ମାର୍ଚ୍ଚ ଶେଷ ସପ୍ତାହରେ ରାମାୟଣ ସର୍କିଟ ଟ୍ରେନ୍ ଚଳାଚଳ ଆରମ୍ଭ କରିବ ବୋଲି ଜଣାଯାଇଛି। ଏହି ଟ୍ରେନ୍ ରାମାୟଣ ସହିତ ସଂପର୍କୀତ ସ୍ଥାନଗୁଡ଼ିକ ଦେଇ ଯାତାୟତ କରିବ ବୋଲି ସୂଚନା ମିଳିଛି। ରେଳବାଇ ବୋର୍ଡର ଅଧ୍ୟକ୍ଷ ଭି କେ ଯାଦବ କହିଛନ୍ତି ଯେ ଯାତ୍ରୀମାନଙ୍କୁ ତୀର୍ଥାଟନ କରାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହି ଅତ୍ୟାଧୁନିକ ଟ୍ରେନରେ ମନ୍ଦିର ଭଳି ପରିବେଶ ସୃଷ୍ଟି କରାଯିବ। ଏହାଛଡ଼ା ଏଥିରେ ଭଜନ-କୀର୍ତ୍ତନର ଅଡିଓ-ଭିଡିଓ ବ୍ୟବସ୍ଥା […]

Continue Reading

ମଙ୍ଗଳାଯୋଡ଼ି ପକ୍ଷୀବଣ, ଚିଲିକା ରାଜହଂସ ଟାପୁ ଓ ବଡ଼କୂଳ କାଳିଜାଈ ନଳବଣକୁ ଦିନିକିଆ ଟୁର୍‌ ପ୍ୟାକେଜ୍‌

ଭୁବନେଶ୍ବର: ଇକୋ ଟୁରିଜିମ୍‌ ଟୁର୍‌ ପ୍ୟାକେଜ୍‌ ପର୍ଯ୍ୟଟକଙ୍କ ଦ୍ବାରା ବିପୁଳ ଆଦୃତ ହେବାରୁ ଆହୁରି ନୂଆ ଟୁର୍‌ ପ୍ୟାକେଜ୍‌ ଆରମ୍ଭ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ଗତ ଜାନୁଆରି ମାସରେ ଓଟିଡିସି ଓ ଜଙ୍ଗଲ ବିଭାଗ ପକ୍ଷରୁ ଭିତରକନିକା ଓ ସାତକୋଶିଆ ପାଇଁ ଦିନିକିଆ ଟୁର୍‌ ପ୍ୟାକେଜ୍‌ର ଶୁଭାରମ୍ଭ ହୋଇଥିବା ବେଳେ ଟିକେଟ୍‌ ବୁକିଂ ତାରିଖରୁ ସପ୍ତାହେ ମଧ୍ୟରେ ସମସ୍ତ ବୁକିଂ ଶେଷ ହୋଇଯାଉଛି। ତେଣୁ ଏହି ସଫଳତାକୁ ଆଧାର କରି ଓଟିଡିସି ଓ ଜଙ୍ଗଲ ବିଭାଗ […]

Continue Reading

ଖାଲି ଦେହରେ କୋଣାର୍କ !

ଭୁବନେଶ୍ୱର :  କଳାକୃତି ସବୁ କୁଆଡ଼େ ଗଲା ,ଏଏସ୍ଆଇ ତୁମେ ଆମ ପ୍ରିୟ କୋଣାର୍କର ଏକି ଅବସ୍ଥା କଲ। ଏମିତି କେତେସବୁ ପ୍ରଶ୍ନ ସହ #Konark ଏବେ ଟ୍ୱିଟରରେ ଟ୍ରେଣ୍ଡ କରୁଛି। ଏଭଳି ପ୍ରଶ୍ନ ଉଠିଛି ଖୋଦ୍‌ ଆର୍କେଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆ (ଏଏସ୍‌ଆଇ)ର ଏକ ଟ୍ୱିଟ୍‌କୁ ନେଇ। ଏଏସ୍‌ଆଇ ଲୁହାଭାର ଓହ୍ଲାଇବା ପରେ କୋଣାର୍କ କିଭଳି ଦେଖାଯାଉଛି ଦର୍ଶାଇ କିଛି ଫଟୋ ଟ୍ୱିଟ୍‌ କରିଥିଲେ। ଯେଉଁଥିରେ ନା ଅଛି ନର୍ତ୍ତକୀଙ୍କ ନୃତ୍ୟମୁଦ୍ରା ନା ବାରଶ’ ବଢ଼େଇଙ୍କ […]

Continue Reading

ଯୋରନ୍ଦା ମେଳାରେ ଝାଡ଼ ଦର୍ଶନ କଲେ ୫ ଲକ୍ଷ ଶ୍ରଦ୍ଧାଳୁ

ଯୋରନ୍ଦା : ଯୋରନ୍ଦାସ୍ଥିତ ବିଶ୍ୱପ୍ରସିଦ୍ଧ ମହିମାଧାମ ମହିମାଗାଦିରେ ଆଜି ୧୪୭ତମ ପ୍ରଭୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ଆଜି ଚତୁର୍ଦ୍ଦଶୀରେ ରାଜ୍ୟ ତଥା ଦେଶର କୋଣ ଅନୁକୋଣରୁ ଆସିଥିବା ୫ ଲକ୍ଷରୁ ଉର୍ଦ୍ଧ୍ୱ ସାଧୁ, ଭକ୍ତ ଓ ଶ୍ରଦ୍ଧାଳୁ ଝାଡ଼ ଦର୍ଶନ କରିଛନ୍ତି। ଆଜି ଦିନସାରା ସାମାନ୍ୟ ଓ ମଧ୍ୟମ ଧରଣର ବର୍ଷା ଲାଗିରହିଲା ପରେ ବି ଶ୍ରଦ୍ଧାଳୁମାନଙ୍କ ସଂଖ୍ୟା କମ ହୋଇ ନ ଥିଲା। ମହିମାଗାଦିରେ ପ୍ରଥମ ଦିନ ଚତୁର୍ଦ୍ଦଶୀ ଉପଲକ୍ଷେ ମୁଖ୍ୟ ଉପାସନା ପୀଠ […]

Continue Reading

ସନ୍ଥ କବି ଭୀମଭୋଇଙ୍କ ସମାଧିପୀଠରେ ମାଘମେଳା

ସୁବର୍ଣ୍ଣପୁର :  ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲିଠାରେ ଥିବା ସନ୍ଥ କବି ଭୀମଭୋଇଙ୍କ ସମାଧିପୀଠରେ ଆରମ୍ଭ ହୋଇଛି  ମାଘମେଳା ।ଚାରି ଦିନ ଧରି ଆୟୋଜିତ ହେଉଥିବା ଏହି ମେଳା  ମହିମାଧର୍ମୀ ସାଧୁସନ୍ୟାସୀଙ୍କ ଭଜନ ଜଣାଣରେ ମୁଖରିତ  ହୋଇଉଠୁଛି  । ସନ୍ଥ ଭୀମଭୋଇଙ୍କ ସମାଧିପୀଠରେ ହଜାର ହଜାର ମହିମାଧର୍ମୀ ସାଧୁ ସନ୍ୟାସୀ ,ଭୀମଭୋଇ ସାହିତ୍ୟ ରସିକ ,ଗବେଷକ ତଥା ପର୍ଯ୍ୟଟକଙ୍କ ଭିଡ ଜମୁଛି  ।  ମାଘମେଳା ଉତ୍ସବ ଅବସରରେ ଏହି ସମାଧୀପୀଠରେ ମାଘ ଚତୁର୍ଦ୍ଧଶୀ ଓ ପୂର୍ଣ୍ଣମୀ ତିଥିରେ ଖୋଲା ରହୁଥିବା […]

Continue Reading

ଆରମ୍ଭ ହେଲା ଯୋରନ୍ଦା ମେଳା ,ଲକ୍ଷାଧିକ ଭକ୍ତ ସମାଗମ

ଯୋରନ୍ଦା : ଆରମ୍ଭ ହୋଇଛି ୧୪୭ ତମ ମହିମା ମାଘ ମେଳା । ସପ୍ତାହବ୍ୟାପୀ ବିଶ୍ବପ୍ରସିଦ୍ଧ ଏହି ମେଳା ପାଇଁ ସଜେଇ ହୋଇଛି ଯୋରନ୍ଦା ମହିମାଗାଦି। ଜଗତର କଲ୍ୟାଣ ନିମନ୍ତେ ମନ୍ଦିରମାନଙ୍କରେ ମହିମା ଗୋସାଇଁଙ୍କ ଉଦ୍ଦେଶ୍ୟରେ ଘୃତାହୁତି ପ୍ରଦାନ କରିଛନ୍ତି ସାଧୁସନ୍ଥ।ଏଥିପାଇଁ ଯୋରନ୍ଦା ମହିମା ଗାଦିରେ ସକାଳୁ ବଢିଚାଲିଛି ଭକ୍ତ ସମାଗମ। ଚଳିତବର୍ଷ ମହିମା ମେଳାକୁ ଶାନ୍ତିଶୃଙ୍ଖଳାର ସହ ସାରିବା ପାଇଁ ମହିମା ସାଧୁ ସମାଜ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୀର୍ଘ ୧ ମାସ ହେଲା […]

Continue Reading

ଓଡ଼ିଶାର ଏକ ମାତ୍ର ବୈଷ୍ଣୋଦେବୀ ମନ୍ଦିର

ପ୍ରାକୃତିକ ଶୋଭାରାଜିରେ ଭରପୂର ଓଡ଼ିଶା ଦେଶବିଦେଶର ପର୍ଯ୍ୟଟକଙ୍କୁ କାଳେ କାଳେ ଆକୃଷ୍ଟ କରି ଆସିଛି। କେଉଁଠି ଘଞ୍ଚ ଜଙ୍ଗଲ ମଧ୍ୟରେ ମନଲୋଭା ଜଳ ପ୍ରପାତ ତାର ସୌନ୍ଦର୍ଯ୍ୟରେ ଜନମାନସକୁ ଆକୃଷ୍ଟ କରୁଛିତ ଆଉ କେଉଁଠି  ଏହି ପ୍ରାକୃତିକ ଶୋଭାରାଜି ମଧ୍ୟରେ ଦେବା-ଦେବୀଙ୍କ ଆସ୍ଥାନ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ସୃଷ୍ଟି କରିଛି ।ଏମିତି ଶହ ଶହ ପର୍ଯ୍ୟଟନସ୍ଥଳୀ ଏବେବି ଅନାଲୋଚିତ ହୋଇ ରହିଛି । ସେହିଭଳି ଏକ ପର୍ଯ୍ୟଟନ ସ୍ଥଳୀ ହେଉଛି ଓଡ଼ିଶାର ଏକ ମାତ୍ର ବୈଷ୍ଣୋଦେବୀ […]

Continue Reading

ପ୍ରାଚୀନ ତନ୍ତ୍ରପୀଠ ଅନନ୍ତ ଅବଧୂତ ମଠ :କାହିଁ କେଉଁ କାଳୁ ଜଳୁଛି ତ୍ରୀକୋଣିୟ ଅଗ୍ନି କୁଣ୍ଡ

ସଂସ୍କୃିତି ଓ ଐତିହ୍ୟ ସମ୍ପଣ୍ଣ ରାଜ୍ୟ ଓଡ଼ିଶା, ଅନେକ ଅନାଲୋଚିତ ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳୀରେ ପରିପୂଣ୍ଣ । ଆମ ଆଖପାଖରେ ଏଭଳି ଅନେକ ସ୍ଥଳୀ ଥିଲେ ମଧ୍ୟ ଉପଯୁକ୍ତ ପ୍ରଚାର ପ୍ରସାର ଅଭାବରୁ ଏଗୁଡିକ ସମ୍ପର୍କରେ ଆମେ ବହୁତ କମ ଜାଣିଛେ। ସେହିଭଳି ଏକ ଐତିହ୍ୟ ସମ୍ପଣ୍ଣ ପର୍ଯ୍ୟଟନ ସ୍ଥଳୀ ହେଉଛି କୋଣାର୍କ ନିକଟସ୍ଥ ପ୍ରାଚୀନ ତନ୍ତ୍ରପୀଠ ଅନନ୍ତ ଅବଧୂତ ମଠ ।ରାଜଧାନୀ ଭୁବନେଶ୍ୱରରୁ  ଏହା ୬୫ କିଲୋମିଟର । ବସ୍‌, ଟ୍ରେନ୍‌, ଟ୍ୟାକ୍ସି କିମ୍ବା […]

Continue Reading

ଆମ ପର୍ଯ୍ୟଟନ ସ୍ଥଳୀ : ଝାରସୁଗୁଡାର ବିକ୍ରମଖୋଲରେ ରହିଛି ପ୍ରାଚୀନ ସଭ୍ୟତାର ସ୍ମାରକୀ

ରାଜ୍ୟର ପର୍ଯ୍ୟଟନ ଇତିହାସରେ ଏକ ପରିଚିତ ନାମ ‘ବିକ୍ରମଖୋଲ’। ଏଠାରୁ ଆବିଷ୍କୃତ ଶିଳାଲିପି ଐତିହାସିକ, ଗବେଷକଙ୍କୁ ଆକର୍ଷିତ କରୁଥିବା ବେଳେ ବିକ୍ରମ ପାହାଡ଼ ଓ ଗୁମ୍ଫାର ପ୍ରାକୃତିକ ମନୋରମ ଦୃଶ୍ୟ ପର୍ଯ୍ୟଟନ କେନ୍ଦ୍ରର ବିଶେଷତ୍ୱକୁ ବୃଦ୍ଧି କରୁଛି। ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ସହରଠାରୁ ମାତ୍ର ୧୨ କିଲୋମିଟର ଦୂରେ ଅବସ୍ଥିତ ବିକ୍ରମ ପାହାଡ଼। ପାହାଡ଼ର ଏକ ଗୁମ୍ଫାରେ ଖୋଦିତ ପ୍ରାଚୀନ ଶିଳାଲିପି ସର୍ବପ୍ରଥମେ ୧୯୨୪ ମସିହାରେ ଆବିଷ୍କୃତ ହୋଇଥିଲା। ପରେ ୧୯୭୨ମସିହାରେ ପ୍ରଖ୍ୟାତ ଭାରତୀୟ ଲିପିତତ୍ତ୍ୱବିତ୍‌ ଗବେଷକ […]

Continue Reading