ସିନ୍ଧିଆଙ୍କୁ ରାଜ୍ୟସଭା ଟିକେଟ୍ ଦେଲା ବିଜେପି

ସିନ୍ଧିଆଙ୍କୁ ରାଜ୍ୟସଭା ଟିକେଟ୍ ଦେଲା ବିଜେପି

ବଡ ଖବର ଦେଶ -ବିଦେଶ

#ସିନ୍ଧିଆଙ୍କୁ_ରାଜ୍ୟସଭା_ଟିକେଟ୍_ଦେଲା_ବିଜେପି     ନୂଆଦିଲ୍ଲୀ: ବିଜେପିରେ ସାମିଲ୍ ହେବାର ଘଣ୍ଟାଏ ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ରାଜ୍ୟସଭା ଟିକେଟ୍ ଦେଇଛି ବିଜେପି। ସିନ୍ଧିଆଙ୍କ ବ୍ୟତୀତ ହର୍ଷ ଚୌହ୍ୱାନଙ୍କୁ ମଧ୍ୟ ବିଜେପି ରାଜ୍ୟସଭା ପ୍ରାର୍ଥୀ କରିଛି। ମଧ୍ୟପ୍ରଦେଶରେ ତିନୋଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ହେବ।

ବିଜେପି ଓ କଂଗ୍ରେସର ବିଧାୟକଙ୍କ ସଂଖ୍ୟା ଦେଖିଲେ ଉଭୟ ଗୋଟିଏ ଲେଖାଏଁ ଆସନ ଜିତିବା ସ୍ପଷ୍ଟ। ହେଲେ ତୃତୀୟ ଆସନ ପାଇଁ ବିଜେପି-କଂଗ୍ରେସ ମଧ୍ୟରେ ଛକାପଞ୍ଝା ରହିବ।

କଂଗ୍ରେସ ସହିତ ୧୮ ବର୍ଷର ସମ୍ପର୍କ ତୁଟାଇ ଇସ୍ତଫା ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି। ଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବିଜେପି ସଭାପତି ଜେ.ପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପସଭାପତି ବୈଜୟନ୍ତ ପଣ୍ଡା, ମଧ୍ୟପ୍ରଦେଶ ବିଜେପି ସଭାପତି ଭି.ଡି ଶର୍ମାଙ୍କ ଉପସ୍ଥିତିରେ ସିନ୍ଧିଆ ବିଜେପିରେ ସାମିଲ୍ ହୋଇଛନ୍ତି। ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିଲେ ସିନ୍ଧିଆ।

ବିଜେପିରେ ଯୋଗ ଦେବା ବେଳେ ସିନ୍ଧିଆ ତାଙ୍କ ପୂର୍ବଦଳ ଉପରେ ବର୍ଷିଛନ୍ତି। କଂଗ୍ରେସ ନିଜର ଦୂରଦୃଷ୍ଟି ହରାଇଛି। ଲୋକଙ୍କୁ ପ୍ରତିଶ୍ରୁତି ଦେଇ ପାଳନ କରିବାରେ ବିଫଳ ହୋଇଛି ବୋଲି ସିନ୍ଧିଆ କହିଥିଲେ। କଂଗ୍ରେସ ଉପରେ ଯଦିଓ ବର୍ଷିଥିଲେ ହେଲେ କଂଗ୍ରେସର କୌଣସି ନେତାଙ୍କ ନାମ ସେ ନେଇନଥିଲେ।