ସାମାଜିକ କଟକଣା ବଜାୟ ରଖିବାକୁ ହାଟ ସ୍ଥାନ ପରିବର୍ତ୍ତନ

ସାମାଜିକ କଟକଣା ବଜାୟ ରଖିବାକୁ ହାଟ ସ୍ଥାନ ପରିବର୍ତ୍ତନ

ବଡ ଖବର କେନ୍ଦ୍ରାପଡା ଜିଲ୍ଲା

#ସାମାଜିକ_କଟକଣା_ବଜାୟ_ରଖିବାକୁ_ହାଟ_ସ୍ଥାନ_ପରିବର୍ତ୍ତନ        କେନ୍ଦ୍ରାପଡା  :  କେନ୍ଦ୍ରାପଡା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସନ୍ଧାନ ମିଳିବା ପରେ ପ୍ରଶାସନ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଗୁରୁତ୍ୱ ଦେଇଛି । କଟକଣା ଲାଗୁ କରାଯାଇ ଥିଲେ ମଧ୍ୟ ଏହାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ଚାଷୀମାନଙ୍କ ସୁବିଧା ଓ ଗ୍ରାହକ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ହାଟ ଗୁଡିକର ସ୍ତାନାନ୍ତର କରାଯାଇଛି । ପୈାରାଂଚଳ ଅଧିନ ସାପ୍ତାହିକ ଗୋପହାଟ କୁ ଇଛାପୁର ରଥଦାଣ୍ଡ, ମାର୍ଶାଘାଇ ହାଟକୁ ପୋଷ୍ଟ ଅଫିସ ଏବଂ ମେଡିକାଲ ନିକଟରେ ଥିବା ପଡିଆକୁ, ପଟ୍ଟାମୁଣ୍ଡାଇ ହାଟକୁ ଏମଏନ ହାଇ ସ୍କୁଲ ପଡିଆକୁ, ଚାନ୍ଦୋଳ ହାଟକୁ ଚାନ୍ଦୋଳ ପଂଚାୟତ ଅଫିସ ପଡିଆକୁ ସ୍ଥାନାନ୍ତର କରାଯାଇଛି । ଏହି ହାଟ ଗୁଡିକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷୀ ମାନଙ୍କର ଜିନିଷ କିଣା ବିକାରେ କୈାଣସି ଅସୁବିଧା ନ ହୁଏ ସେ ନେଇ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ବଜାର କମିଟି ସଂପାଦକ ଅଜୟ କୁମାର ରାଉତ ସୂଚନା ଦେଇଛନ୍ତି ।