ରାଜ୍ୟରେ ଦ୍ବିତୀୟ ମୁଣ୍ଡ ନେଲା କରୋନା

ରାଜ୍ୟରେ ଦ୍ବିତୀୟ ମୁଣ୍ଡ ନେଲା କରୋନା

ବଡ ଖବର ଓଡିଶା ମହାନଗର

#ରାଜ୍ୟରେ_ଦ୍ବିତୀୟ_ମୁଣ୍ଡ_ନେଲା_କରୋନା               ଭୁବନେଶ୍ୱର : ରାଜ୍ୟରେ ଦ୍ବିତୀୟ ମଉଣ୍ଡ ନେଲା କରୋନା। ପ୍ରଥମ କରୋନା ସଂକ୍ରମିତଙ୍କ ମୃତ୍ୟୁ ର ଠିକ ମାସକ ପରେ କରୋନା ନେଇଛି ଦ୍ବିତୀୟ ମୁଣ୍ଡ । ଦ୍ବିତୀୟ ମୃତ୍ୟୁ ହୋଛି ରାଜଧାନୀ ଭୁବନେଶ୍ବରରୁ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍ ରେ ମଳିଥିବାସୂଚନା ଏହା ଜଣାପଡିଛି।

ସୂଚନା ଅନୁଯାୟୀ ମୃତକ ହେଉଛନ୍ତି ୭୭ ବର୍ଷୀୟ ବ୍ୟକ୍ତି ସେ ଭୁବନେଶ୍ୱର ମଧୁସୂଦନ ନଗର ଅଞ୍ଚଳର ବାସିନ୍ଦା ହୋଇଥିବାବେଳେ ତାଙ୍କର ମଧୁମେହ ସହ କିଡ଼ନୀ ଜନିତ ସମସ୍ୟା ଥିଲା । ମଙ୍ଗଳବାର କିମସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଗତ ସ୍ପ୍ତାହରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା। ତାଙ୍କ ପରିବାରର  ଜଣେ ସଦସ୍ୟଙ୍କ ସଂସ୍ପର୍ଶରେ ସେ ଆସିଥିଲେ । ପରେ ସେ ସଂକ୍ରମିତ ହୋଇଥିବା ଜଣା ପଡିଥିଲା।

ରାଜ୍ୟରେ କରୋନା ଜନିତ ଏହି ଦ୍ବିତୀୟ ମୃତ୍ୟୁ ଠିକ ମାସକ ପରେ  ହୋଇଛି । ଏପ୍ରିଲ ୬ ତାରିଖରେ ଓଡ଼ିଶାରେ ପ୍ରଥମ କରୋନା ସଂକ୍ରମିତ ମୃତ୍ୟୁ ହୋଇଥିଲା ।  ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବର ଝାରପଡ଼ାର  ୭୨ ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିଲା । କ୍ରୋନିକ ହାଇପରଟେନସନ ଯୋଗୁଁ ଝାରପଡା ଅଂଚଳର ଏହି ଵ୍ୟକ୍ତି ଜଣକ ଏମ୍ସ ଭୁବନେଶ୍ୱରରେ ଭର୍ତ୍ତି ହୋଇଥିଲେ ।