ନବୀନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା : ‘‘ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍ ଅଭିନନ୍ଦନର ପାତ୍ର’’

ନବୀନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା : ‘‘ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍ ଅଭିନନ୍ଦନର ପାତ୍ର’’

ବଡ ଖବର ଓଡିଶା

#ନବୀନଙ୍କୁ_ପ୍ରଧାନମନ୍ତ୍ରୀଙ୍କ_ପ୍ରଶଂସା               ଭୁବନେଶ୍ୱର   :   ବାତ୍ୟା “ଅମ୍ଫାନ’ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାକୁ ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କରିଛନ୍ତି । ମହାବାତ୍ୟା ପଶ୍ଚିମବଙ୍ଗ ଯାଉ ଯାଉ ଓଡିଶାକୁ ଛୁଇଁ ଯାଇଥିଲେ ବି ବହୁତ କ୍ଷୟକ୍ଷତି କରିଛି । କିନ୍ତୁ ପ୍ରଶାସନର ସଚେତନତା ଅଭିଯାନ ଫଳରେ ସମ୍ପତି ନଷ୍ଟ ହୋଇଥିଲେ ବି ଜୀବନ ବଂଚି ଯାଇଛି । ଏଥିପାଇଁ ଓଡିଶାବାସୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ଟିମ ଅଭିନନ୍ଦନର ପାତ୍ର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ମହାବାତ୍ୟା ପୂର୍ବରୁ ଲୋକମାନଙ୍କୁ ଯେଭଳି ଭାବେ ସ୍ଥାନାନ୍ତର କରାଗଲା ଓ ମୁକାବିଲା ଲାଗି ସୁବ୍ୟବସ୍ଥିତ ପରି·ଳନା ହେଲା ସେ ସପଂର୍କରେ ଅବଗତ ହେବା ପରେ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ।
ଶୁକ୍ରବାର ଦିନ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳର ପରିଦର୍ଶନ କରି ଭୁବନେଶ୍ୱର ବିମାନ ବନ୍ଦରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେବା ପରେ ଗଣମାଧ୍ୟମକୁ ସୂଚନା ଦେଇପ୍ରଧାନମନ୍ତ୍ରୀ ଏହା କହିଥିଲେ ।  ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଜୀବନ ବଞ୍ଚାଇବା ପାଇଁ ଆଜି ମଧ୍ୟ ପୃଥିବୀ ଯୁଦ୍ଧ ଲଢୁଥିବା ବେଳେ ସୁପର ସାଇକ୍ଲୋନ ଭଳି ସଂକଟ ପହଞ୍ଚିଗଲା । ଏହା ବଡ଼ ଚିନ୍ତାର ବିଷୟ ଥିଲା । କିନ୍ତୁ ଏଠାରେ ଯେଉଁଭଳି ଭାବେ ପରି·ଳନା କରାଯାଇ ଜୀବନ ବଂ·ଗଲା ତାହା ଏକ ବଡ଼ ସଫଳତା । ପଶ୍ଚିମବଙ୍ଗ ତୁଳନାରେ ଓଡିଶାରେ ବଡ଼ କ୍ଷତି ହୋଇନାହିଁ ସତ କିନ୍ତୁ ବିଭିନ୍ନ କ୍ଷେତ୍ରରେ କ୍ଷତି ହୋଇଛି । ପରିସ୍ଥିତିର ମୁଁ ପୁରା ସମୀକ୍ଷା କରିଛି । ସଠିକ ଢଙ୍ଗରେ ବାତ୍ୟାର ପରି·ଳନା ଓ ମୁକାବିଲା କରିଥିବାରୁ ଅନେକ ଜୀବନରକ୍ଷା ହୋଇପାରିଛି । ସେଥିପାଇଁ ଓଡ଼ିଶା ସରକାରଙ୍କୁ ଅନେକ ଧନ୍ୟବାଦ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।