ଜ୍ୟୋତିରାଦିତ୍ୟଙ୍କୁ ‘ଦଳ ବିରୋଧୀ କାର୍ଯ୍ୟ’ ପାଇଁ ଦଳରୁ ବହିଷ୍କାର କଲା କଂଗ୍ରେସ

ଜ୍ୟୋତିରାଦିତ୍ୟଙ୍କୁ ‘ଦଳ ବିରୋଧୀ କାର୍ଯ୍ୟ’ ପାଇଁ ଦଳରୁ ବହିଷ୍କାର କଲା କଂଗ୍ରେସ

ବଡ ଖବର ଦେଶ -ବିଦେଶ

#ଜ୍ୟୋତିରାଦିତ୍ୟଙ୍କୁ_ଦଳରୁ_ବହିଷ୍କାର_କଲା_କଂଗ୍ରେସ     ନୂଆଦିଲ୍ଲୀ:     କଂଗ୍ରେସର ଅନ୍ୟତମ ବରିଷ୍ଠ ଓ ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାପରେ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଛି ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିବା ଅଭିଯୋଗରେ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ଦଳର ବରିଷ୍ଠ ନେତା କେସି ଭେନୁଗୋପାଲ ଘୋଷଣା କରିଛନ୍ତି।

ତେବେ, ଯାହା ଜାଣିବାକୁ ମିଳିଛି ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ଏକ ପତ୍ର ଲେଖି ଦଳରୁ ନିଜର ଇସ୍ତଫା ପ୍ରସଙ୍ଗରେ ଉଲ୍ଲେଖ କରିଥିଲେ। ପରେ ଶ୍ରୀ ସିନ୍ଧିଆ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ପତ୍ରଟିକୁ ତାଙ୍କ ଟୁଇଟର ହାଣ୍ଡେଲରେ ଛାଡ଼ିଦେବା ପରେ, ଦଳ ବିରୋଧୀ କାର୍ଯ୍ୟପାଇଁ ଜ୍ୟୋତିରାଦିତ୍ୟଙ୍କୁ ଦଳରୁ ବହିଷ୍କାର କରାଯାଇଛି ବୋଲି କଂଗ୍ରେସ ଦଳର ବରିଷ୍ଠ ନେତା କେସି ଭେନୁଗୋପାଲ ଘୋଷଣା କରିଥିଲେ।