କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ, କୋଲ ଇଣ୍ଡିଆ ଘରୋଇ କରଣ ହେବ ନାହିଁ

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ, କୋଲ ଇଣ୍ଡିଆ ଘରୋଇ କରଣ ହେବ ନାହିଁ

ବଡ ଖବର ଓଡିଶା
#କୋଲ_ଇଣ୍ଡିଆ_ଘରୋଇ_କରଣ_ହେବ_ନାହିଁ    ସମ୍ବଲପୁର : ( ମୁସାରଫ୍ ଅହମ୍ମଦ ) କୋଲ ଇଣ୍ଡିଆର ଘରୋଇ କରଣ ହେବ ନାହିଁ  ଏକଥା କହିଛନ୍ତି  କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ । ଏସଂପର୍କରେ ସୂଚନା ଦେଇ ସେ କହିଛନ୍ତିି ଯେ, “ଆତ୍ମ ନିର୍ଭର ଭାରତ ଅଭିଯାନ”  ଅନ୍ତର୍ଗତ ଘୋଷଣା ଅନୁଯାୟୀ ,କୋଲ ଇଣ୍ଡିଆର ଇନଫ୍ରାଷ୍ଟ୍ରକଚର ଫାସିଲିଟି ଡେଭଲପ  କରିବା ପାଇଁ ୫୦ ହଜାର କୋଟି ଟଙ୍କା ବିନିଯୋଗ କରିବା ପାଇଁ ସ୍ଥିର କରା ଯାଇଛି।ଏହା ଦ୍ବାରା କୋଲ ଇଣ୍ଡିଆର ଆର୍ଥିକ ବର୍ଷ ୨୦୨୩-୨୪ ରେ ୫ ବିଲିଅନ୍ ଟନ୍ କୋଇଲା ଉତ୍ପାଦନ ଲକ୍ଷ୍ୟ ହାସଲ କରିବା ଦିଗରେ ସହାୟକ ହୋଇପାରିବ। ଏହାଛଡା କୋଲ ଇଣ୍ଡିଆ ନୂତନ ଖଣି ଖୋଲିବା ତଥା କୋଇଲା ଉତ୍ପାଦନ ବୃଦ୍ଧି ସହିତ ଦେଶରେ ଆମଦାନୀ କରାଯାଉଥିବା କୋଇଲା ହ୍ରାସ ହେବା ସଙ୍ଗେ ଅର୍ଥନୈତିକ ବିକାଶରେ ସୁଯୋଗ ଆଣିଦେବ।ସେ ପୁଣି ଆଶାବ୍ୟକ୍ତ କରିଛନ୍ତି ଯେ ,କୋଲ ଇଣ୍ଡିଆ ନିକଟ ଅତୀତରେ ୧୦୦ ମିଲିୟନ ଟନ୍ କୋଇଲା ରପ୍ତାନୀ କରିବ।
 ମନ୍ତ୍ରୀ ଶ୍ରୀ ଯୋଶୀ ଦୃଢତାର ସହ କହିଛନ୍ତି କି ,ସରକାରଙ୍କର କୋଲ ଇଣ୍ଡିଆ କୁ ଘରୋଇ କରଣ କରିବାକୁ କୌଣସି ଉଦ୍ଦେଶ୍ୟ ନାହିଁ ବରଂ ସରକାର କୋଲ୍ ଇଣ୍ଡିଆ କୁ ଅଧିକ ଶକ୍ତିଶାଳୀ କରୁଛନ୍ତି। ସେ ପୁଣି କହିଛନ୍ତି କି,କୋଲ୍ ଇଣ୍ଡିଆ ପାଖରେ ପର୍ଯ୍ୟାପ୍ତ ପରିମାଣର କୋଇଲା ଗଚ୍ଛିତ ରହିଛି, ଯାହାକି ୧୦୦ ବର୍ଷରୁ ଅଧିକ ବର୍ଷ ପର୍ଯ୍ୟନ୍ତ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିବାରେ ସହାୟକ ହୋଇପାରିବ। ବର୍ତ୍ତମାନ ସରକାର କୋଲ୍ ଇଣ୍ଡିଆ କୁ ୧୬ ଟି ନୂତନ କୋଇଲା ବ୍ଲକ୍ ଆବଣ୍ଟନ କରିଛନ୍ତି। ଶ୍ରୀ ଯୋଶୀ ପୁଣି ନିର୍ଭର ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ, ସରକାର କୋଲ୍ ଇଣ୍ଡିଆ ପାଇଁ ଗର୍ବିତ ଏବଂ ଆଗାମୀ ଦିନରେ ଏହାକୁ ଅଧିକ ଶକ୍ତିଶାଳୀ କରାଯିବ।